ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୂର୍ବତନ ଗ୍ରାମ୍ୟ କମିଟି ସଭାପତିଙ୍କୁ ହତ୍ୟା,ତିନି ଗିରିଫ

ଗଞ୍ଜାମ, (ବିନୋଦ ପଲାଇ):ବ୍ଲକ ଅନ୍ତର୍ଗତ ପୋଇରାସୀ ପଞ୍ଚାୟତ କଂଠିଆ ପଲ୍ଲୀ ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ଗ୍ରାମ୍ୟ କମିଟିର ପୂର୍ବତନ ସଭାପତିଙ୍କୁ ସ୍ୱଷ୍ଟ ଦିବା ଲୋକରେ ହତ୍ୟା କରାକାଇ ହତ୍ୟାର ଶିକାର ହୋଛନ୍ତି, ପୂର୍ବତନ ସଭାପତି କେ. ଗୋବିନ୍ଦ ରେଡି(୫୬)। ଏନେଇ ରମ୍ଭା ପୋଲିସ ତିନି ଜଣଙ୍କୁ ସମ୍ପର୍କୀୟଙ୍କୁ ଗିରିଫ କରିଛି।ଘଟଣା ସ୍ଥଳରୁ ଜଣାପଡିଛି ଯେ, କଣ୍ଟିଆ ପଲିଗ୍ରାମର କେ.ଗୋବିନ୍ଦ ରେଡ୍ଡି , ଆଜି ଭୋର ୫ଟା ସମୟରେ ନିଜ ଗ୍ରାମ ନିକଟସ୍ଥ ଛୋଟବସା ଛକକୁ ଯାଇ ଚା ପିଇବା ସାରି ଘରକୁ ଫେରୁଥିବା ବେଳେ ଛୋଟାବସା ଛକ ନିକଟରୁ ପ୍ରାୟ ଦୁଇଶହ ମିଟର ରାସ୍ତା ମଧ୍ୟରେ ପୂର୍ବରୁ ଜଗି ରହିଥିବା ଉକ୍ତ ଗ୍ରାମର,କେ. ମୁରଲୀ, କେ. ରବି, କେ. ବାବୁଲା ତାଙ୍କ ପଛ ପଟୁ ହତାତ୍ ଅତର୍କିତ ଭାବେ ଠେଙ୍ଗା ଓ ଫାର୍ଶା ଆକ୍ରମଣ କରିଥିଲେ l ଫଳରେ କେ. ଗୋବିନ୍ଦ ଗୁରୁତର ଆହାତ ହୋଇ  ତଳେ ପଡିଯାଇଥିଲେ  l ଏହି ଖବର ପାଇ ପୋଇରାସୀ ସରପଞ୍ଚ ପ୍ରତିନିଧି କେ. ରଘୁନାଥ ପ୍ରଧାନ ତାଙ୍କୁ ଉଦ୍ଧାର କରି ପୁରୁଷୋତ୍ତମପୁରସ୍ୱାସ୍ତ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରିବା ସହ ରମ୍ଭା ଥାନାକୁ ଖବର ଦେଇଥିଲେ l ମେଡ଼ିକାଲରେ  ଡାକ୍ତର ଗୋବିନ୍ଦଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପାଇ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଏସଡିପିଓ ଗୌତମ କିଷାନ,  ରମ୍ଭା ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ପ୍ରମୁଖ ଘଟଣା ସ୍ଥଳକୁ ଯାଇ ଛାନବିନ ତଦନ୍ତ କରିଥିଲେ । ଏହି ଘଟଣାରେ ସମ୍ପୁର୍କ୍ତ ତିନିଜଣ କେ. ମୁରଲୀ, କେ. ରବି, କେ. ବାବୁଲାକୁ ଗିରଫ କରିଛନ୍ତି। l ମୃତ୍ୟୁ ଗୋବିନ୍ଦ ପୂର୍ବରୁ ଗ୍ରାମ୍ୟ କମିଟି ସଭାପତି ଥିବା ବେଳେ ନିଜର ସଂପର୍କୀୟ ମାନଙ୍କୁ ବିଭିନ୍ନ କାରଣ ପାଇଁ ଜୋରିମାନା ପକାଇଥିବାରୁ ଏହି ହତ୍ୟାକଣ୍ଡର କାରଣ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏ ନେଇ  ରମ୍ଭା ଥାନା କେଶ ନୁମ୍ବର୫୪୮,୩୦୨,୩୪,ମକଦ୍ଦମା ରୁଜୁ ହୋଇ ତିନିଜଣଙ୍କୁ ଗିରିଫ କରାଯାଇଥିବା ସୂଚନା ଦେଇଛନ୍ତି ରମ୍ଭା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ