ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ଆକ୍ରମଣ ସହ ଗାଡ଼ି ପୋଡି଼ଦେଲା ଯୁବକ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କ ଉପରେ ଜଣେ ଯୁବକ ଆକ୍ରମଣ କରିବା ସହିତ ତାଙ୍କର ଏକ ମୋଟରସାଇକେଲ୍ କୁ ପୋଡ଼ି ଦେଇଥିବା ଗାଙ୍ଗପୁର ଥାନାରେ ଅଭିଯୋଗ ହୋଇଛି I ଅଭିଯୋଗ ଆଣିଛନ୍ତି ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ଗ୍ରାମର ସୁବାସ ସେଠୀଙ୍କ ସ୍ତ୍ରୀ ସୁଲୋଚନା ସେଠୀ (୪୦) I ସୁଲୋଚନାଙ୍କ ଅଭିଯୋଗ ପ୍ରକାରେ ପାଇଲିପଡ଼ା ପଂଚାୟତ ବାରଟା ଗ୍ରାମର ଶିବରାମ ସ୍ୱାଇଁଙ୍କ ପୁଅ କାହ୍ନା ସ୍ୱାଇଁ ଓରଫ ଆତଙ୍କ (୨୮) ନିଜର ୭/୮ ଜଣ ସହଯୋଗୀ ସହିତ ଖଣ୍ଡା, କାତି ଆଦି ମାରଣାସ୍ତ୍ର ଧରି ଶୁକ୍ରବାର ରାତ୍ର ଆଠ ଘଣ୍ଟ ତିରିଶ୍ ମିନଟ୍ ସମୟରେ ସୁଲୋଚନାଙ୍କ ବାରଣ୍ଡାକୁ ଆସି ସୁଲୋଚନା ଏବଂ ତାଙ୍କ ପରିବାରକୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ବାଡ଼ି ପଟକୁ ଯାଇ କବାଟଟିକୁ ହାଣି ଦେଇଥିଲା I ଏହା ସହିତ ସୁଲୋଚନାଙ୍କ ବାରଣ୍ଡାରେ ଥିବା OD32A8066 ନମ୍ବର୍ ବିଶିଷ୍ଟ ହିରୋ ଗ୍ଲାମର ମୋଟରସାଇକେଲ୍ କୁ ପୋଡ଼ି ଦେଇଥିଲେ ସେମାନେ I ଏହାର ପ୍ରତିବାଦ କରିବାରୁ କାହ୍ନା ସୁଲୋଚନାଙ୍କୁ ୨/୩ଧକା ମାରିବା ସହିତ ତାଙ୍କ ପରିବାରର ସମସ୍ତଙ୍କୁ ଜୀବନରେ ମାରିଦେବାର ଧମକ ଦେଇଥିଲା I ଏପରିକି କାହ୍ନା ସୁଲୋଚନାଙ୍କୁ ଜାତିଆଣ ଆକ୍ଷେପ କରି ମଧ୍ୟ ଗାଳି ଗୁଲଜ କରିଥିଲେ I ଏହାପରେ ସେମାନେ ସେଠାରୁ ଚାଲିଯାଇ କିଛି ସମୟ ପରେ ପୁଣି ଥରେ ଆସି ସୁଲୋଚନାଙ୍କୁ ସମର୍ଥନ କରୁ୍ଥିବା ଯୋଗୁଁ ସେହି ସାହିର ଲକ୍ଷ୍ମୀନାରାୟଣ ସାହୁଙ୍କ ସ୍ତ୍ରୀ ଶାନ୍ତିଲତା ସାହୁ (୩୨) ଙ୍କ ଦୋକାନ ଘରକୁ ଯାଇ ତାଙ୍କୁ ମଧ୍ୟ ଖଣ୍ଡା କାତି ଦେଖାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଦୋକାନ କବାଟ ଭାଙ୍ଗି କିଛି ଜିନିଷପତ୍ର ଲୁଟ୍ କରିନେଇଥିବା ଅଭିଯୋଗ କରିଛନ୍ତି ସୁଲୋଚନା I ସୁଲୋଚନାଙ୍କ ଅଭଯୋଗକୁ ଭିତ୍ତି କରି ଗାଙ୍ଗପୁର ପୋଲିସ୍ ୨୯୩/୨୨ ରେ ଏ଼କ ମାମଲା ରୁଜୁକରି ତଦନ୍ତ କରୁ୍ଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ