ପୂର୍ବ ଶତ୍ରୁତାକୁ ନେଇ ୱାର୍ଡସଭ୍ୟାଙ୍କ ସ୍ବାମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ : ଥାନାରେ ଏତଲା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) : ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ତଥା କେ.ନୂଆଗାଁ ଥାନା ଅନ୍ତର୍ଗତ କୁମରଡା ଗ୍ରାମରେ ଗୁରୁବାର ସକାଳୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୱାର୍ଡସଭ୍ୟାଙ୍କ ସ୍ୱାମୀ ରବିନ୍ଦ୍ର ପ୍ରଧାନଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି । ଯାହାଫଳରେ ରବିନ୍ଦ୍ର ଗୁରୁତର ଆହତ ହୋଇ ବର୍ତ୍ତମାନ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଗୁରୁବାର ସକାଳ ୭ ଘଣ୍ଟା ସମୟରେ ରବିନ୍ଦ୍ର ଗ୍ରାମ ପୋଖରୀକୁ ଗାଧୋଇବା ପାଇଁ ଯାଉଥିବା ସମୟରେ ଅନନ୍ତରାମ ସମେତ ଦୁଇପୁଅ ଗୈାତମ ପ୍ରଧାନ ଓ ଶ୍ରୀତମ ପ୍ରଧାନ ଏବଂ ବଳିଆ ସେଠୀ ଦୁଇଟି ବାଇକରେ ଆସି ରବିନ୍ଦ୍ରକୁ ବିଭିନ୍ନ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାରଣାସ୍ତ୍ର ସହାୟତାରେ ମରଣାନ୍ତକ ଆକ୍ରମଣ କରି ସେଠାରୁ ଚମ୍ପଟ ମାରିଥିଲେ । ଏଥିସହ ଯିବା ସମୟରେ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ପୂର୍ବରୁ ରବିନ୍ଦ୍ରଙ୍କ ପୁଅକୁ ମଧ୍ୟ ଆକ୍ରମଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାପରେ ପରିବାର ଲୋକେ ରବିନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବମକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ନିମନ୍ତେ ଭର୍ତ୍ତି କରାଇଥିଲେ ମଧ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ନିଆଯାଇଥିଲା । ଏନେଇ ପରିବାର ଲୋକେ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଅନୁସନ୍ଧାନ ଜାରି ରଖିଥିବା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ