ପୂର୍ବ ଶତ୍ରୁତାରୁ ଆକ୍ରମଣ ମାମଲା ; ଜଣେ ଗିରଫ

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍):ଦିଗପହଣ୍ଡି ପୋଲିସ ଶୁକ୍ରବାର ଅପରାହ୍ନ ରେ ନୂଆମଳାଭଞ୍ଜା ଗ୍ରାମର ପଞ୍ଚାନନ ଗୌଡ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୧୬୨/୨୦ ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ଉପ କାରାଗାର କୁ ପଠାଇ ଦିଆଯାଇଛି। ପୋଲିସ ସୂଚନାନୁସାରେ ଗତ ୨୨ ତାରିଖ ସକାଳ ପ୍ରାୟ ସାଢେ଼ ୮ ଟା ସମୟରେ ନୂଆଗୁମା ଗ୍ରାମର ବିଶ୍ଵନାଥ ଗୌଡ ତାଙ୍କ ଚାଷ ଜମିରେ କାମ କରୁଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅଭିଯୁକ୍ତ ଓ ତାଙ୍କ ସମ୍ପର୍କୀୟ ମାନେ ବିଭିନ୍ନ ମାରଣାସ୍ତ୍ର ଧରି ସଂଘବଦ୍ଧ ଭାବେ ବିଶ୍ଵନାଥ ଙ୍କୁ ଆକ୍ରମଣ କରିଥିଲେ।ପାଟି ଶୁଣି ଗ୍ରାମବାସୀ ମାନେ ଘଟଣାସ୍ଥଳ କୁ ଧାଇଁ ଆସିବାରୁ ସେମାନେ ସେଠାରୁ ପଳାଇଥିଲେ।ଏନେଇ ଏତଲା ହେବାପରେ ପୋଲିସ ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ