ପୂର୍ବ ଶତ୍ରୁତାରୁ ଗୁଳିମାଡ ସନ୍ଦେହ ; ଜଣେ ଗୁରୁତର

ଭଞ୍ଜନଗର (ସନ୍ତୋଷ ଜେନା) :  ଗଂଜାମ ଯେପରି ଅଶାନ୍ତ ହୋଇପଡିଛି । ପୂର୍ବ ଶତ୍ର୍ରୁକାକୁ ନେଇ ଅପରାଧୀମାନେ ଉଗ୍ର ହୋଇପଡିଛନ୍ତି । ଗତ ତିନି ଦିନ ହେବ ଗଞ୍ଜାମରେ ଆତଙ୍କରାଜ ଖେଳାଉଛନ୍ତି ଅପରାଧି । ଆଜି ପୁଣି ଗଂଜାମରେ ଫୁଟିଛି ଗୁଳି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ମୁଜାଗଡ଼ ପଂଚାୟତର କୁଟୁଣୀକୁମ୍ପା ଗ୍ରାମରେ ଶିବରାମ ନାୟକ ନାମକ ଜଣେ ବ୍ୟକ୍ତି ଉପରେ ଗୁଳିମାଡ଼ ହୋଇଛି। ପୁର୍ବ ଶତ୍ରୁତା ରୁ ଏହି ଗୁଳିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ନିକଟସ୍ଥ ଜଙ୍ଗଲକୁ କୌଣସି କାମ ରେ ଶିବରାମ ଯାଇଥିବା ବେଳେ ଜଣେ ଯୁବକ ଶିବରାମ ଉପରେ ୨ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡିଛି। ଏଥିରେ ୫୫ ବର୍ଷୀୟ ଶିବରାମ ନାୟକ ଗୁରୁତର ହୋଇ ଟଳି ପଡ଼ିଥିଲେ। ଗୁଳି ଶବ୍ଦ ଶୁଣି ଗ୍ରାମବାସୀ ଓ ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭଞ୍ଜନଗର ଉପଖଣ୍ଡ ମେଡିକାଲ ଭର୍ତ୍ତି କରିଥିଲେ।।ପରେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ବ୍ରହ୍ମପୁର ଏମକେସିଜି କୁ ରେଫର କରିଛନ୍ତି।ଅଭିଯୁକ୍ତ ସମ୍ପର୍କରେ କୋୖଣସି ସୂଚନା ମିଳି ନଥିବା ବେଳେ ସେ ଘଟଣା ସ୍ଥଳରୁ ଚମ୍ପଟ ମାରିଛି। ଭଞ୍ଜନଗର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ