ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ହତ୍ୟାକାଣ୍ଡ
କଳାହାଣ୍ଡି,(ଓ୍ବାଇଏନ୍ଏସ୍): ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ହତ୍ୟା କାଣ୍ଡ l କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଖଇରପଦର ଗାଁ ରେ ହତ୍ୟା କାଣ୍ଡ l ସେହି ଗାଁ ର ପିତାମ୍ବର ଶବର ନାମକ ଯୁବକ କୁ ଟାଙ୍ଗିଆ ରେ ହତ୍ୟା କରିଛନ୍ତି ହାଡୁ ନାଏକ l ହତ୍ୟା କରିବା ପରେ ହତ୍ୟାକାରି ହାଡୁ ନାଏକ ଫେରାର ହୋଇଛନ୍ତି l ମୃତକ ଙ୍କ ପରିବାର ତରଫରୁ ଧର୍ମଗଡ଼ ଥାନା ରେ ଅଭିଯୋଗ ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ କୁ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ l ଦୀର୍ଘ ଦିନଧରି ପଡୋଶୀ ଙ୍କ ସହ କଳି ଝଗଡ଼ା କୁ କେନ୍ଦ୍ର କରି ଗଣ୍ଡ ଗୋଳ କୁ ନେଇ ବିବାଦ ଲାଗି ରହୁ ଥିଲା ଓ ଏହାକୁ ନେଇ ହତ୍ୟା କାଣ୍ଡ ଘଟି ଥିବା ଅନୁମାନ କରାଯାଉଛି ବୋଲି ପ୍ରାଥମିକ ତଦନ୍ତ ରୁ ଜଣା ପଡିଛି l ସେପଟେ ପୋଲିସ ହତ୍ୟାକାରୀ ପରିବାର କୁ ସନ୍ଦେହ ରେ ଅଟକ ରଖିଛି l