ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ମହିଳାଙ୍କୁ ଅସଦାଚରଣ ଓ ଧମକ ଘଟଣା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ପୋଲିସ ରବିବାର କୁଶପଡ଼ା ଗ୍ରାମର ଜି. ଶଙ୍କର ଦୋରା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଥାନା ମାମଲା ନଂ. ୩୩୬/୨୧ ଦଫା-୨୯୪/୩୨୩/୩୫୪/୫୦୬/୩୪ ଆଇ ପି ସି ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି। ପୋଲିସ ର ସୂଚନାନୁସାରେ ଗତ ଶନିବାର ଅପରାହ୍ନ ପ୍ରାୟ ୨ ଟାରେ ଅଭିଯୁକ୍ତ ତାଙ୍କ ପଡୋଶୀ ଘରର ମହିଳା ଙ୍କୁ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଗାଳି ଗୁଲଜ କରିବା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ମହିଳା ଜଣକ ପରିବାର ଲୋକଙ୍କ ସହ ଶନିବାର ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଥିଲା। ଏହି ଘଟଣାରେ ଅଭିଯୁକ୍ତ ଙ୍କ ସମ୍ପର୍କୀୟ ଜି. ସୁଶୀଳା ଦୋରା ଙ୍କ ଏତଲା କ୍ରମେ ଥାନା ମାମଲା ନଂ. ୩୩୭/୨୧ ଅନୁଯାୟୀ ପାଲଟା ମାମଲା ରୁଜୁ କରି ତଦନ୍ତ ଚାଲିଥିବା ପୋଲିସ କହିଛି।