ପୂର୍ବ ଶତ୍ରୁତା କୁ ନେଇ ମରଣାନ୍ତକ ଆକ୍ରମଣ  

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି – ଆସିକା ମୁଖ୍ୟରାସ୍ତା ର ସନ୍ଥ ନିରଙ୍କାରି ସତସଙ୍ଗ ଭବନ ନିକଟରେ ରବିବାର ସନ୍ଧ୍ୟା ପ୍ରାୟ ୫ ଟା ରେ ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ୩ ଜଣ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।ଏହି ମରଣାନ୍ତକ ଆକ୍ରମଣ ରେ ଦିଗପହଣ୍ଡି ସାହାଣୀ ସାହିର ୩ ଜଣ ଯୁବକ ଗୁରୁତର ଆହାତ ହୋଇଛନ୍ତି।ଆହାତ ମାନେ ହେଲେ ସାହାଣୀ ସାହିର ଶିବ ଦାସ, ଦିଲି ଦାସ ଏବଂ ସୀମା ଦାସ। ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି।ସୂଚନା ପ୍ରକାରେ ସାହିରେ ମାଁ ଦଣ୍ଡକାଳି ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ଆର୍ଥିକ ସହାୟତା ମାଗିବା ପାଇଁ ଶିବ, ସୀମା , ଦିଲି ଏବଂ ଅନ୍ୟ ୫ /୬ ଜଣ ଯୁବକ ଚକାତେନ୍ତୁଳି ଗ୍ରାମ ନିକଟ କୁକୁଡ଼ା ଫାର୍ମ କୁ ଯାଇଥିଲେ। ସେଠାରୁ ସେମାନେ ପୋଡାମାରି ଏବଂ ବିଭିନ୍ନ ଗାଁ କୁ ଯାଇ ଦାନ ଅର୍ଥ ଧରି ଫେରୁଥିବା ବେଳେ ବିପକ୍ଷ ଗୋଷ୍ଠୀର ଯୁବକ ମାନେ ସେମାନଙ୍କୁ ରାସ୍ତା ରେ ଅଟକାଇ ଲୁହାଛଡ଼ ରେ ସଂଘବଦ୍ଧ ଭାବେ ଅତର୍କିତ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।ଆହାତ ମାନେ ତଳେ ପଡି ଛଟପଟ ହେଉଥିବା ବେଳେ କିଛି ବ୍ୟକ୍ତି ସେମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ଖବର ପାଇ ଦିଗପହଣ୍ଡି ଆଇ ଆଇ ସି ଦୀପ୍ତି ରଞ୍ଜନ ବେହେରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ସବିଶେଷ ତଦନ୍ତ କରି ଫେରିଛନ୍ତି। ଏତଲା ମିଳିବା ପରେ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇ ତଦନ୍ତ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇ ଆଇ ସି କହିଛନ୍ତି।ଘଟଣା ପରେ ଦିଗପହଣ୍ଡି ସାହାଣୀ ସାହିରେ ଚାପା ଉତ୍ତେଜନା ଲାଗି ରହିଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ପୋଲିସ କହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ