ପୂର୍ବ ସେନା ଅଧିକାରୀଙ୍କ ବୈଠକରେ ମୟୁର ସୈନିକ ପୁସ୍ତକ ଉନ୍ମୋଚନ କଲେ ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ

କରଞ୍ଜିଆ,(ଜିତେନ୍ଦ୍ର ରାଜ):ଟାଇଗର ଏକ୍ସ ସର୍ଭିସମ୍ୟାନ ସେଲଫ ହେଲ୍ପ କୋ ଅପରେଟିଭ ଲିମିଟେଡ଼ ଯଶିପୁର ଦ୍ୱାରା ପୂର୍ବ ସୈନିକ ମାନଙ୍କର ଏକ ପୁସ୍ତକ ଉନ୍ମୋଚନ ଓ ବିତରଣ ସମାରୋହ କନକ ରେସିଡେନ୍ସି ପଦ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି
ଅତିଥି ଙ୍କୁ ପାରମ୍ପରିକ ଆଦିବାସୀ ନୃତ୍ୟର ତାଳେ ତାଳେ ସ୍ୱାଗତ କରାଯାଇଥିଲା ମେଜର ଦେବେନ୍ଦ୍ରନାଥ ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଜଙ୍ଗଲ ଓ ପରିବେଶ,ଶ୍ରମ, ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ. ସମ୍ମାନିତ ଅତିଥି ରୂପେ ଏଆର ଭାଇସ ମାର୍ସଲ ମହାରାଜ ମହାନ୍ତ, କର୍ନେଲ ଦିନେଶ ଦାସ, କର୍ନେଲ ଡକ୍ଟର ଅଶୋକ ଦାସ, କ୍ୟାପଟେନ କ୍ଷିତୀଶ ସିଂ, ଫ୍ଲାଇଙ୍ଗ ଅଫିସର ଜନାର୍ଦନ ମହାନ୍ତ, ଅତିଥି ରୂପେ ସୁବେଦାର ମେଜର ଚନ୍ଦ୍ରମଣୀ ଦଳେଇ,ସୁବେଦାର ମେଜର ପରମେଶ୍ୱର ମହାନ୍ତ, ସୁବେଦାର ମେଜର ସଚିକାନ୍ତ ଗିରି, ସୁବେଦାର ପ୍ରଶାନ୍ତ କୁମାର ଗିରି, ଭେଟେରାନ ସୁଦର୍ଶନ ବେହେରା, ସୁବେଦାର ପ୍ରଭାକର ମହାନ୍ତ, ହାବିଲଦାର ଯଦୁମଣି ବାରିକ ହାବିଲଦାର ଅନପା ସୋରେନ ଏବଂ ବହୁ ସଂଖ୍ୟକ ଅବସର ପ୍ରାପ୍ତ ସୈନ୍ୟ ଅଧିକାରୀ, ଜୁନିଅର କମିଶନ ଅଫିସର, ଯବାନ ଓ ବୀର ନାରୀ ମାନେ ଉପସ୍ଥିତ ଥିଲେ. ମୟୁରଭଞ୍ଜ ଏକ୍ସ ସର୍ଭିସେସ ଲିଗ ଦ୍ୱାରା ପୂର୍ବ ସୈନିକ ଏବଂ ତାଙ୍କ କଲ୍ୟାଣ ନିମିତ୍ତ ମୟୁର ସୈନିକ ନାମକ ଏକ ପୁସ୍ତିକା ମୁଦ୍ରିତ ହୋଇଥିଲା. ସେଇ ପୁସ୍ତିକା ଟିକୁ ମନ୍ତ୍ରୀ ଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା ଏବଂ ତାଙ୍କଦ୍ୱାରା ଲୋକଙ୍କୁ ବିତରଣ କରାଯାଇଥିଲା
ସଭା ରେ ସୈନ୍ୟ ଅଧିକାରୀ ମାନଙ୍କ ଦ୍ୱାରା ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ ମାନ୍ୟବର ମନ୍ତ୍ରୀ ପୂର୍ଣ୍ଣକରେଇବାର ଆଶ୍ୱାସନା ଦେଲେ. ବାରିପଦା ଲିଗ ର ଜମି ର କିସମ ପରିବର୍ତନ ଓ ଯଶିପୁର ଠାରେ ସୈନିକ ଭବନ ପ୍ରସ୍ତୁତ କରିବା ପାଇଁ ଜମି ଦେବା ପାଇଁ ମନ୍ତ୍ରୀ ମହୋଦୟ ପ୍ରତିଶୃତି ଦେଲେ.
କାର୍ଯ୍ୟକ୍ରମ ରେ ଗଣମାଧ୍ୟମ ପ୍ରତିନିଧି ଙ୍କ ସହିତ ଅନେକ ବୁଦ୍ଧିଜୀବୀ, ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ.

Spread the love

Advertisement

ଏବେ ଏବେ