ପୂର୍ବ ସୈନିକ ବନ୍ଧୁ ମିଳନ ସମ୍ମିଳନୀ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଅଖିଳ ଭାରତ ପୂର୍ବ ସୈନିକ ସେବା ପରିଷଦ ପକ୍ଷରୁ ଶୁକ୍ରବାର ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ ମା କରଞ୍ଜେଇ ଶକ୍ତିପୀଠ ପରିସରରେ ବନ୍ଧୁ ମିଳନ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସୁବେଦାର୍ କଂଗ୍ରେସ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ରିଗେଡିଅର ଅଭିମନ୍ୟୁ ରାଉତ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ,ହିଞ୍ଜିଳିକାଟୁ ସିଇଓ ତଥା ଲେଫ୍ଟନାଣ୍ଟ କର୍ଣ୍ଣେଲ ଡାକ୍ତର ଆଶିଷ ଝା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ରୂପେ ହାବିଲଦାର ଦଣ୍ଡପାଣି ବେହେରା, ସୁବେଦାର ତ୍ରିନାଥ ପାଢ଼ୀ,କ୍ୟାପଟେନ ମହେନ୍ଦ୍ର ସ୍ୱାଇଁ, କ୍ୟାପଟେନ ବିପିନ ବିହାରୀ ଦାଶ, ସୁବେଦାର ବିକେ ପାଣିଗ୍ରାହି, ସୁବେଦାର ୟୁ ଏନ୍ ସ୍ୱାଇଁ, ସର୍ଜେଣ୍ଟ ଦେବେନ୍ଦ୍ର ସାହୁ, ନରସିଂହ ପାଢ଼ୀ ଏବଂ ସୁବେଦାର ତ୍ରିନାଥ ଗୌଡ଼ ପ୍ରମୁଖ ମଞ୍ଚସୀନ ଥିଲେ। ଏହି ଅବସରରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଡାକ୍ତର ଝାଙ୍କୁ ପୁଷ୍ପଗୁଚ୍ଛ ଓ ସିଲ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଅଖିଳ ଭାରତ ପୂର୍ବ ସୈନିକ ସେବା ପରିଷଦର ସଦସ୍ୟ ମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ସୁବାସ ଚନ୍ଦ୍ର ସ୍ୱାଇଁ, ମୁରଲୀ ଧର ପଟ୍ଟନାୟକ, ପ୍ରଭାତ କୁମାର ରାଉତ, ଗୌତମ ପୋଲେଇ, ଅଲେଖ ବେହେରା , ରାମଚନ୍ଦ୍ର ଖଟେଇ, କେ.ସି ଜେନା,ଏସକେ ମିଶ୍ର,କେସି ନାୟକ,ବି.ଜି ପାତ୍ର, କେ.ସି ସାବତ,ପିସି ପଟ୍ଟନାୟକ ପ୍ରମୁଖଙ୍କ ସମେତ ସମସ୍ତ ସଦସ୍ୟଙ୍କ ପରିବାର ସଦସ୍ୟ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ