ପୂର୍ଵତନ କୋରପରେଟର ଅନିଲ କୁମାର ନାୟକଙ୍କ ନେତୃତ୍ବରେ କମିସନରଙ୍କୁ ସ୍ମାରକ ପତ୍ର ପ୍ରଦାନ

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):୪ନଂ ୱାର୍ଡର ପୂର୍ଵତନ କୋରପରେଟର ଅନିଲ କୁମାର ନାୟକଙ୍କ ନେତୃତ୍ବରେ ବହୁ ସଂଖ୍ୟାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ କୋଭିଡ଼ ନିୟମ ପାଳନ ସାମାଜିକ ଦୂରତା ରକ୍ଷା କରି ମହାନଗର ନିଗମ କମିସନରଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଶ୍ରୀ ନାୟକଙ୍କ ଅଭିଯୋଗ ଏହା ଯେ ନିଗମ ପକ୍ଷରୁ ଦିଆଯାଇଥିବା ୱେବ୍ ସାଇଟ୍ ଓ ୱାର୍ଡରେ ଥିବା ୱାର୍ଡ ଅଫିସରଙ୍କ ତାଲିକାର କୌଣସି ତାଳମେଳ ରହୁ ନ ଥିବା ହେତୁ ବହୁ ସଂଖ୍ୟାରେ ନୀରିହ ଗରିବ ଲୋକ ଖର୍ଚାନ୍ତ ହେବା ସହ ଦିନତମାମ ଖରା ତାତିରେ ମହାମାରି କରୋନା ସମୟରେ ୱାର୍ଡ ଅଫିସ ଠୁ ଆରମ୍ଭ କରି ନିଗମ ଅଫିସ ସହ ଈଣ୍ଟରନେଟକୁ ଦୌଡୁଥିବା ଦେଖିବାକୁ ମିଳୁଛି।ଏହା ସହ ୱାର୍ଡରେ ଥିବା ୱାର୍ଡ ଅଫିସର ତାରିଖ ବୃଦ୍ଧି କାରିବା ପାଇଁ ଅନୁରୋଧ କରିଥିଲେ।ଏହା ସହିତ ସହରର ବିଭିନ୍ନ ସମସ୍ୟା କୁ ମଧ୍ୟ କମିସନରଙ୍କ ନିକଟରେ ଉପସ୍ଥାପିତ କରିଥିଲେ। ଗରିବ ଓ ଦିନ ମଜୁରିଆମାନଙ୍କ ମଧ୍ୟରୁ ଯେପରି କୌଣସି ଜଣେ ମଧ୍ୟ ଯୋଗ୍ୟ ହିତାଧିକାରୀଙ୍କ ନାମ ବାଦ୍ ନ ପଡ଼େ ସେଥିପାଇଁ ଧ୍ୟାନ ଦେବା ପାଇଁ ଅନୁରୋଧ କରିଥିଲେ।ଏଥିରେ ପୁର୍ବତନ କୋରପରେଟର ରାକେଶ ସାହୁ, ଅନିଲ କୁମାର ଚୌଧୁରୀ,ବାଦଲ ବିଶୋୟୀ, ନରସିଂହ ଦେବ ନାୟକ, କୁନି ମହାରଣା, ସୁନ୍ଦଏ ସାହୁ ,ସୁବ୍ରତ ସାହୁ ,କିଶନ ସାହୁ; ମିନତୀ ଜେନା ,ଜୟସେନ ସାହୁ ,ଗାୟତ୍ରୀ ପାତ୍ର ,ଧୋବିଣୀ ପ୍ରଧାନ ,ଭୀକି ପ୍ରଧାନ, ପୁଷ୍ପାଞ୍ଜଳୀ ନାୟକ ପ୍ରମୁଖ ସାମାଜିକ ଦୂରତା ରକ୍ଷା କରିବା ସହ କୋଭିଡ଼ ନିୟମକୁ ପାଳନ କରି ସ୍ମାରକ ପତ୍ର ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ