ପୂର୍ଵତନ ସରପଞ୍ଚ ଓ ସାଂସଦ ପ୍ରତିନିଧିଙ୍କ ନାମାଙ୍କନପତ୍ର ଦାଖଲ
ହାଟଡିହି, (ବିକାଶ ବିଶ୍ୱାଳ) :-ପଞ୍ଚାୟତ ନିର୍ବାଚନକୁ ନେଇ ବଞ୍ଚୋ ପଞ୍ଚାୟତର ରାଜନୀତି ସରଗରମ ହୋଇ ଉଠିଛି । ଏହି ପଞ୍ଚାୟତଟି ବଞ୍ଚୋ, ସିଙ୍ଗଡୋବ ଓ ଶିବନାରାୟଣପୁର ଗ୍ରାମକୁ ନେଇ ଗଠିତ ହୋଇଥିବାବେଳେ ୫୪୫୯ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ଏଥିପାଇଁ ବିଭିନ୍ନ ପ୍ରାର୍ଥୀ ମାନଙ୍କ ମଧ୍ୟରେ ଛକ୍କା ପଞ୍ଝା ଆରମ୍ଭ ହୋଇଗଲାଣି । ଆଜି ପୂର୍ଵତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ ସରପଞ୍ଚ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ପୁର୍ବତନ ସାଂସଦ ପ୍ରତିନିଧି ରତିକାନ୍ତ ରାଉତ ବଞ୍ଚୋ ପଞ୍ଚାୟତର ସମିତିସଭ୍ୟ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏହି ଦୁଇପ୍ରାର୍ଥୀ ଆଜି ତାଙ୍କର ଶହଶହ ସମର୍ଥକଙ୍କ ସହ ଗ୍ରାମ ପରିକ୍ରମା କରିବାପରେ ମା ବରାହୀ ଓ ଦଧିବାବନଜୀୟୁଙ୍କ ପୀଠରେ ପୂଜାର୍ଚ୍ଚନା କରିବା ପରେ ଶଶାଙ୍କ ଶେଖର ପୁହାଣ ପଞ୍ଚାୟତ କାର୍ଯ୍ୟାଳୟରେ ଓ ରତିକାନ୍ତ ରାଉତ ବ୍ଲକ କାର୍ଯ୍ୟାଳୟକୁ ଯାଇ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେମାନେ ପଞ୍ଚାୟତର ବିକାଶଧାରାକୁ ନେଇ ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରିବେ ବୋଲି କହିଛନ୍ତି । ତାଙ୍କ ସହିତ ପ୍ରଭାକର ଖଣ୍ଡା, ମୁକେଶ ରାଉତ, ସାଗର ସାହୁ, ଚିନ୍ତାମଣୀ ରାଉତ, ସତ୍ୟରଞ୍ଜନ ରାଉତ, ବିକ୍ରମ କେଶରୀ ରାଉତ, ଅଶାନ୍ତ ନାୟକ, ଯୁଦ୍ଧିଷ୍ଠିର ରାଉତ, ପୁର୍ଣ୍ଣଚନ୍ଦ୍ର ନାୟକ, ଗୋବିନ୍ଦ ନାୟକ, ସହଦେବ ରାଉତ, ବଳରାମ ଘଡେଇ, ବନମାଳୀ ସାହୁ, ଦୀନବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ପୁର୍ବରୁ ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଶାନ୍ତ ରାଉତ ଓ ପୁର୍ବତନ ସମିତିସଭ୍ୟ ଅକ୍ଷୟ କୁମାର ବରାଳ ନାମାଙ୍କନପତ୍ର ଦାଖଲ କରିସାରିଛନ୍ତି ।