ପୃଥକ୍ ପୃଥକ୍ ଦୁର୍ଘଟଣାରେ ଜଣେ ମୃତ, ୨୧ ଆହତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରେ ପୃଥକ୍ ପୃଥକ୍ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ 21 ଜଣ ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ, ପାରଳାଖେମୁଣ୍ଡି ସହର ନିକଟ ରାଣିପେଣ୍ଠା ଛକରେ କୌଣସି ଅଜଣା ଗାଡ଼ି ଧକ୍କାରେ କାଶୀନଗର ବିଜ୍ଞାପିତ ପରିଷଦ ପନ୍ଦରା ସାହିର ବାରିକ ଖରାଡ଼ା(୫୬) ଙ୍କ ମୃତ୍ୟୁ ହୋଇଛି। ସେହିପରି ରା.ଉଦୟଗିରି ଥାନା ଅନ୍ତର୍ଗତ ଘୋଡ଼ାଶାଳ ଘାଟିରେ ବସ୍ ଦୁର୍ଘଟଣାରେ 20 ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଭୋର ପ୍ରାୟ ସାଢ଼େ ୫ଟା ବେଳେ  ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟ ରାଣିପେଣ୍ଡା ଛକ ଠାରେ ଘଟିଛି ଏକ ସଡ଼କ ଦୁର୍ଘଟଣା। ବାରିକ ଖରାଡ଼ା ଓ ତାଙ୍କ ପୁଅ କାଶୀନଗରରୁ ଜିରାଙ୍ଗ ହାଟକୁ ସ୍କୁଟିରେ ଯାଉଥିଲେ। ପିକ୍‌ଅପ୍ ଭ୍ୟାନ୍ ସ୍ଫୁଟିକୁ ଧକ୍କା ଦେଇ ଫେରାର ହୋଇଯାଇଛି। ଘଟଣା ସ୍ଥଳରେ ବାପା ବାରିକଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ସାମାନ୍ୟ ଆହତ ହୋଇଛନ୍ତି। ପୁଅର ଆଖି ଆଗରେ ଚାଲିଗଲା ବାପାଙ୍କ ଜୀବନ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛି। ଏନେଇ ପାରଳାଖେମୁଣ୍ଡି ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।  ସେହିପରି ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଅନ୍ତର୍ଗତ ଘୋଡ଼ାଶାଳ ଘାଟିରେ ଘରୋଇ ବସ୍ (ଓଆର ୧୯ ଏନ୍ ୬୫୩୧) ଭାରସାମ୍ୟ ହରାଇ ଏକ ପାହାଡ଼ରେ ଧକ୍କା ହୋଇଛି। ବସ୍‌ଟି ଦ୍ରୁତଗତିରେ ଯାଉଥିବା ବେଳେ ବୁଲାଣିରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି। ପୁଲିସ ଏବଂ ଦମକଳ ବାହିନୀ ଆହତଙ୍କୁ ଉଦ୍ଧାର କରିଥିଲେ। ଆହତ ୨୧ ଜଣଙ୍କୁ ରା. ଉଦୟଗିରି ଡାକ୍ତରଖାନାରେ ଭର୍ତି କରି ଚିକିତ୍ସା ଦିଆଯାଇଛି। ଏଥିରେ ଗୁରୁତର ଥିବା ଉଦୟଗୁଡା ଗ୍ରାମର ପ୍ରାଣ ରୋହିତ (୫୧)ଙ୍କୁ ଜରୁରୀ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ