ପୃଥକ ଘଟଣାରେ ଦୁଇ କୋର୍ଟ ଚାଲାଣ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ପକ୍ଷରୁ ଆଜି ଦୁଇଟି ପୃଥକ ଘଟଣାରେ ଦୁଇ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ଓଆର୧୬ସି୩୦୬୩ଟ୍ରକଟି ବେଆଇନ ବାଲି ବୋଝେଇ କରି ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ପୁଲିସ ଏହାକୁ ଧରିଥିଲା। ପରେ ଏହାର ଡ୍ରାଇଭର ତଥା ଗାଡି ମାଲିକ ରଣଜିତ ବାରିକକୁ ଥାନା ପକ୍ଷରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏନେଇ ପୁଲିସ ପକ୍ଷରୁ ୩୩୬/୨୧ରେ ମାମଲା ରୁଜ୍ଜୁ ହୋଇଥିବା ଜଣାଯାଇଛି। ସେହିଭଳି ବିଭିନ୍ନ ସମୟରେ ରାଜପଥ ଉପରେ ଲୁଟ କରୁଥିବା ରାକେଶ ଜେନାକୁ ଆଜି ପୂର୍ବ ମାମଲା ଅନୁଯାୟୀ ଗିରଫ କରାଯାଇ କୋର୍ଟ ପଠାଯାଇଛି।


