ପୃଥକ ପୃଥକ ଅଘଟଣରେ ୨ ମୃତ
ନବରଙ୍ଗପୁର ,(ଯୁଗାବ୍ଦ ନ୍ୟୁଜ୍) : ନବରଙ୍ଗପୁର ଜିଲ୍ଲାରେ ଲଘୁଚାପ ଜନିତ ପ୍ରବଳ ବର୍ଷା ପ୍ରଭାବରେ ପୃଥକ ପୃଥକ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ପରିଚୟ ଡାବୁଗାଁ ବ୍ଲକ ଅନ୍ତର୍ଗତ ଚଚରାଗୁଡା ପଂଚାୟତର ବୁଦୁରାମ ଭତରା ଓ ଜବଗୁଡା ପଂଚାୟତର ଡରଗୁଲା ଗ୍ରାମର ହନୁଗୈାଡ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୁଦୁରାମ ଭତରା କେନାଲକୁ ଶୈାଚ କରିବାକୁ ଯାଇଥିବା ସମୟରେ ପାଣିରେ ବୁଡି ମୃତ୍ୟୁ ହୋଇଥିବା ବେଳେ ହନୁମାନ ଗୈାଡ ଘରେ ମାଟି କାନ୍ଥ ଭୁଷୁଡି ପଡିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପୋଖରିରୁ ମୃତ ଦେହକୁ ଉଦ୍ଧାର କରିଥିବା ଜଣାପଡିଛି ।