ପୃଥକ ପୃଥକ ଦୁର୍ଘଟଣାରେ ୨ ଗୁରୁତର ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର

ଥୁଆମୂଳ ରାମପୁର,(ରଥ ଦୁରିଆ): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ପୃଥକ ପୃଥକ ଦୁର୍ଘଟଣା ରେ ଦୁଇଜଣ ଗୁରୁତର ଏବଂ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ପ୍ରଥମଟି ହେଲା ରବିବାର ଥୁଆମୂଳ ରାମପୁର-ଭବାନୀପାଟଣା ମୁଖ୍ୟ ରାସ୍ତା ଗୋପାଳପୁର ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଏକ ଅଜଣା ବାଇକ୍ ଧକ୍କାରେ ଗୋପାଳପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ପିଅନ ଗିନି ନାଏକ (୫୫) ଗୁରୁତର। ଯାହାଙ୍କ ଘର ବେନ୍ଦାଝୋଲା ବୋଲି ଜଣାପଡିଛି। ତାଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି।ସେହିପରି ନିୟନ୍ତ୍ରଣ ହରାଇ ବାଇକ୍ ଦୁର୍ଘଟଣାରେ ବାଇକ୍ ଚାଳକ ଗୁରୁତର ଅବସ୍ଥାରେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି।ସୂଚନା ମୁତାବକ ଆହତ ବାଇକ୍ ଚାଳକ ଜଣକ ହେଉଛନ୍ତି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କୁମାଖାଲ୍ ଗ୍ରାମର ଖଗେଶ୍ବର ନାଏକ (୪୫) ବୋଲି ଜଣାପଡିଛି।ସେ ନିଜ ସମ୍ପର୍କୀୟଙ୍କ ଘର ଥୁଆମୂଳ ରାମପୁରକୁ ଆସି ସଂଧ୍ୟାରେ ଫେରୁଥିବା ବେଳେ ଥୁଆମୂଳ ରାମପୁର-କାଠକୁରା ମୁଖ୍ୟ ରାସ୍ତା ନିକଟରେ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ଶିକାର ହୋଇଛନ୍ତି।ଦୁର୍ଘଟଣାର ଖବର ପାଇ ଥୁଆମୂଳ ରାମପୁର ଦମକଳ ଗାଡି ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।ଖଗେଶ୍ବରଙ୍କ ବାମ ଗୋଡରେ ବେଶି ଆଘାତ ଲାଗିଥିବାରୁ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ