ପୃଥକ ପୃଥକ ସ୍ଥାନରେ ଅଗ୍ନିକାଣ୍ଡ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ ନିକଟ ନାଆମୀ ଅଞ୍ଚଳର ପୃଥକ ପୃଥକ ସ୍ଥାନରେ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି । ଗତ ଗୁରୁବାର ଦିନ ନାଆମୀ ଗ୍ରାମର କୀର୍ତ୍ତନ ବିହାରୀ ସାହୁଙ୍କ ଘରେ ଅଗ୍ନିକାଣ୍ଡ ଘଟିବାରୁ ରୋଷେଇ ଘର ସହିତ ଗୁହାଳଘର ପୋଡିଯାଇଥିବା ଜଣାଯାଇଛି । ସେହିଭଳି ଶଙ୍ଖୁଆ ଗ୍ରାମର ଗୋପିନାଥ ବେହେରାଙ୍କ ଘରେ ଅଗ୍ନିକାଣ୍ଡ ଘଟି ମଧ୍ୟ ରୋଷେଇ ଘର ସହିତ ଶୋଇବା ଘର ନଷ୍ଟ ହୋଇଥିବା ଜଣାପଡିଛି । ଖବର ପାଇ ଭଣ୍ଡାରିପୋଖରୀ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।


