ପୃଥକ ସଡକ ଦୁଘଟଣା ରେ ୬ ଆହାତ
କୁକୁଡାଖଣ୍ଡି , ଯୁଗାବ୍ଦ ନ୍ୟୁଜ) : ସଦରଥାନା ଅନ୍ତଗତ ଡେଗାଂପଦର ଓ ବାଲିପଡା ଠାରେ ରାତ୍ର ୮.୩୦ରେ ପୃଥକ ଦୁଇଟି ଦୁଘଟଣା ରେ ୫ଜଣ ଆହାତ ହୋଇଥିବା ଜଣାପଡିଛି ।ଘଟଣାରୁ ପ୍ରକାଶ ଯେ ଦିଗପହଣ୍ଡିରୁ ବ୍ରହ୍ମପୁର ଯାଉଥିବା ଏକ ଟ୍ରାକ୍ଟରକୁ ଏକ ନମ୍ବର ବିହିନ ବୁଲେଟ ପଛପଟୁ ଧକା ଦେଇଥିଲା । ବୁଲେଟ ଚାଳକ କୁ ସ୍ଥାନୀୟ କିଛି ଲୋକ ଉଧାର କରୁଥିବା ବେଳେ ଓଡି୦୭ଆର ୧୯୮୮ ଗ୍ଲାମର ବାଇକ ଉଧାରକାରୀ ଲୋକ କୁଂ ପଛ ପଟୁ ଧକା ଦେଇଥିଲା । ଅନ୍ୟ ଏକ ବାଇକ ଓଆର୦୭ଆର୫୭୦୫ ଦୁଘଟଣା ଘଟାଇଥିବା ଗ୍ଲାମର ବାଇକ କୁ ପଛ ପଟୁ ଧକା ଦେଇଥିଲା ଫଳରେ ନଳିହାଡ ଗ୍ରାମର ନିଳାଞଳ ଗଜେନ୍ଦ୍ର ,ମିଟୁ ବେହେରା ,କରାପଲ୍ଲୀର ରଞନ ସେଠୀ,ନିରଞନ ସେଠୀ ,ବାଲିପଡା ର ଶ୍ରନୀବାସ ମହାନ୍ତି ଆହାତ ହୋଇଥିବା ବେଳେ ସେଥି ମଧ୍ୟରୁ ୨ ଜଣ ଗୁରୁତର ହେବାରୁ ପ୍ରଥମେ ବାଲିପଡା ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିସ୍ଛା ପରେ ୧୦୮ ଯୋଗେ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରିଥିଲେ ।ବାଲିପଡା ମାବଲ ଫେକଟିରି ନିକଟରେ ସାଇକଲ ଚାଳକ କୁ ଏକ ବାଇକ ଧକା ଦେଇଥିଲା ଫଳରେ ସାଇକଲ ଚାଳକ ବାଲିପଡାର କାଳୁ ବିଷୋୟୀ ଆହାତ ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଭତ୍ତି ହୋଇଛନ୍ତି ।