ପୃଥକ ସ୍ଥାନରୁ ଚୋରି ଅଭିଯୋଗ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ଥାନା ଅଧିନ ଦୁଇ ଗୋଟି ପୃଥକ ସ୍ଥାନରୁ ଚୋରି ଅଭିଯୋଗ ହୋଇଛି। ରହଣିଆ ପଞ୍ଚାୟତ ରାଢୋ ଗ୍ରାମର ମନୋଜ ନାୟକଙ୍କ ଘରେ ଗତକାଲି ବିଳମ୍ବିତ ରାତ୍ରିରେ ଚୋର ପଶି ୧୦ହଜାର ଟଙ୍କା ଚୋରି କରିନେଇଥିବା ସୂଚନା ଦିଆଯାଇଛି। ଦୁର୍ବୁତ୍ତ ମାନେ ଛାତ ବାଟେ ଘର ଭିତରକୁ ପଶି ମନୋଜଙ୍କ ସାନଭାଇ ଶୋଇବା ଘରେ ଥିବା ଆଲମାରୀରୁ ନଗଦ ଅର୍ଥ ଚୋରି କରିନେଇଥିବା ଜଣାପଡିଛି। ସେହିଭଳି ରାମଚନ୍ଦ୍ରପୁର ପଞ୍ଚାୟତ ମଣାଗଡ଼ିଆ ଗ୍ରାମରୁ ମଧ୍ୟ ଚୋରି ହୋଇଛି। ଗତକାଲି ରାତିରେ ଚୋରମାନେ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରେ ପଶି ଗୃହ କାର୍ତ୍ତାଙ୍କ ହାତ ଗୋଡ ବାନ୍ଧି ଚୋରି କରିଥିବା ଜଣାପଡିଛି। ଏନେଇ ପୁଲିସ ନିକଟରେ ଅଭିଯୋଗ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ