ପୃଥିବୀର ଶ୍ରେଷ୍ଠ ୫ ପର୍ଯ୍ୟଟନ ସ୍ଥଳ ମଧ୍ୟରେ ଅନ୍ୟତମ

ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍ ୱେଲସ୍ ସ୍ଥିତ ଲର୍ଡ ହୋୱା ଆଇଲାଣ୍ଡ୍ ୨୦୨୦ ପାଇଁ ପୃଥିବୀର ଶ୍ରେଷ୍ଠ ୫ ପର୍ଯ୍ୟଟନ ସ୍ଥଳ ମଧ୍ୟରେ ସ୍ଥାନୀୟ ହୋଇଛି । ଗ୍ଳୋବାଲ ଟ୍ରାଭେଲ୍ ଅଥରିଟି ଲୋନଲି ପ୍ଳାନେଟ୍‌ର ବେଷ୍ଟ୍ ଇନ୍ ଟ୍ରାଭେଲ୍ ୨୦୨୦ରେ ଏହା ପ୍ରକାଶିତ ହୋଇଛି । ୟୁନେସ୍କୋ ୱାର୍ଲ୍ଡ ହେରିଟେଜ୍‌ରେ ସ୍ଥାନୀତ ହୋଇଥିବା ନ୍ୟୁ ସାଉଥ୍ ୱେଲସ୍‌ର ଉତର ଉପକୂଳଠାରୁ ୬୦୦ କିମିି ଦୂରରେ ଅବସ୍ଥିତ ଏହି ଆଇଲାଣ୍ଡ୍ ଲୋନଲି ପ୍ଲାନେଟ୍ ଦ୍ୱରା ୨୦୨୦ର ବେଷ୍ଟ ଇନ୍ ଟ୍ରାଭେଲ୍ ସ୍ଥଳ ଭାବେ ସ୍ୱୀକୃତି ଲାଭ କରିଛି । ଏନେଇ ଅଷ୍ଟ୍ରେଲିଆ ପର୍ଯ୍ୟଟନ ମନ୍ତ୍ରୀ ଷ୍ଟାୟୁର୍ଟ ଆୟରେ କୁହନ୍ତି,ଏହି ଆଇଳାଣ୍ଡର ବିକାଶ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଅନ୍ତର୍ଜତୀୟସ୍ତରରେ ପର୍ଯ୍ୟଟକଙ୍କୁ ଏଠାକୁ ଆକର୍ଷିତ କରାଇବା ପାଇଁ ଉଦ୍ୟମ ଅବ୍ୟାହତ ରହିଛି । ଲର୍ଡ ହୋୱା ଆଇଲାଣ୍ଡ୍ ପୃଥିବୀର ବିଭିନ୍ନ ସ୍ଥାନର ପର୍ଯ୍ୟଟକଙ୍କୁ ଏଠାକୁ ଆସିବାକୁ ଉତ୍ସାହିତ କରୁଛି । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଶାନ୍ତ ପରିବେଶ ତଥା ବିଳାରସପୂର୍ଣ୍ଣ ଆରାମଦାୟକ ରହଣୀ ସ୍ଥଳ ପର୍ଯ୍ୟଟକଙ୍କ ଆକର୍ଷଣର ମୁଖ୍ୟ କେନ୍ଦ୍ର ପାଲଟିଛି । ଏଠାରେ ଏକ କାଳୀନ ୪୦୦ ପର୍ଯ୍ୟଟକଙ୍କକର ରହଣୀ ପାଇଁ ସୁବିଧା ସୁଯୋଗ ରହିଛି । ଏଠାକାର ଇକୋଲେଜିକାଲ ପ୍ରକଳ୍ପ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବାରେ ଲାଗିଛି । ଏଠାରେ ଦୁଇଟି ଛୋଟ ପାହାଡ଼ ରହିଛି । ଏହା ସହିତ ପୃଥିବୀର ଦକ୍ଷିଣରେ ଥିବା ବୃହତମ କୋରାଲ ରିଫ୍ ଏଠାରେ ରହିଛି । ଏନେଇ ପୋର୍ଟ ମ୍ୟାକ୍ୟୁରିଜ୍ ସଦସ୍ୟ ଲେସଲି ୱିଲୟମ୍ କୁହନ୍ତି, ଲର୍ଡ ହୋୱା ଆଇଲାଣ୍ଡ୍ ପୃଥିବୀର ସର୍ବୋତମ ଶାନ୍ତ ସ୍ଥଳ ଭାବେ ବେଶ୍ ପରିଚିତି ହାସଲ କରିପାରିଛି । ଏଠାକାର ପରିବେଶ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ