ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଉଲକା ପିଣ୍ଡ
ନ୍ୟୁୟର୍କ : ସାରା ବିଶ୍ୱ ଏବେ କରୋନା ସହ ଯୁଝିବାରେ ବ୍ୟସ୍ତ ରହିଛି । ତେବେ ଏହି ସମୟରେ ଅନ୍ତରୀକ୍ଷ ବିଜ୍ଞାନୀଙ୍କ ସୂତ୍ରରୁ ଏକ ଖରାପ ଖବର ଆସିଛି । ଅନ୍ତରୀକ୍ଷରେ ଏକ ବଡ଼ ଉଲକା ପିଣ୍ଡ ପୃଥିବୀ ଆଡ଼କୁ ମାଡ଼ି ଆସୁଛି । ଏହି ଆଷ୍ଟରଏଡ଼ଟି ଆପୋଲା ଶ୍ରେଣୀର ହୋଇଥିବାବେଳେ ଏହାର ନାଁ ରହିଛି ୧୯୯୭ ବିକ୍ୟୁ । ଏହା ବହୁ ବଡ଼ ଓ ବିପଦଜନକ ବୋଲି କୁହାଯାଉଛି । ନାସାର ଆକଳନ ଅନୁଯାୟୀ ଏହା ଦ୍ରୁତ ଗତିରେ ପୃଥିବୀ ଆଡ଼କୁ ଆସୁଥିବାବେଳେ ଜୁନ ୨୧ରେ ପୃଥିବୀ କକ୍ଷରେ ପ୍ରବେଶ କରିବାର ଆଶଙ୍କା ରହିଛି । ଏବେ ଏହି ଆଷ୍ଟରଏଡ଼ର ସେକେଣ୍ଡ ବେଗ ରହିଛି ୧୧.୬ କିଲୋମିଟର । ଏହାକୁ ନଷ୍ଟ ବି କରାଯାଇପାରିବ ନାହିଁ । କାହିଁକିନା ଗୁରୁତ୍ୱାକର୍ଷଣ ଯୋଗୁଁ ଏହାର ବିଖଣ୍ଡିତ ଅଂଶ ପୁଣି ଏକାଠି ହୋଇପାରିବ । ଯଦି ଏହା ପୃଥିବୀ ଦେହରେ ମାଡ଼ ହୁଏ ତେବେ ବହୁ କ୍ଷତି ହେବାର ଆଶଙ୍କା ରହିଛି । ତେବେ ଏହାର ଚୂଡ଼ାନ୍ତ ରୂପରେଖ ଜୁନ ଦ୍ୱିତୀୟ ସପ୍ତାହ ବେଳକୁ ହିଁ ଜଣାପଡ଼ିବ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଅପରପକ୍ଷରେ ଅତୀତରେ ମଧ୍ୟ ବହୁ ଉଲକା ପିଣ୍ଡ ପୃଥିବୀ ପୃଷ୍ଠକୁ ମାଡ଼ି ଆସିଥିଲେବି ବିଶେଷ କିଛି କ୍ଷତି ଘଟାଇନାହିଁ ।