ପେଗାସସ ଗୁଇନ୍ଦାଗିିରି ମାମଲାରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଲେ

ନୂଆଦିଲ୍ଲୀ : ପେଗାସସ ଗୁଇନ୍ଦାଗିିରି ମାମଲାରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତିା ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଏନଭି ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ସେମାନେ ରାୟକୁ ସଂରକ୍ଷିତ ରଖିଛନ୍ତି । ରାୟ ପ୍ରକାଶ ପାଇଁ ୨-୩ ଦିନର ସମୟ ଲାଗି ପାରେ । ଏହି ସମୟ ମଧ୍ୟରେ ସୋଲିସିଟର ଜେନେରାଲ ଯଦି କିଛି କହିବାକୁ ଚାହାନ୍ତି ତେବେ ସେ କୋର୍ଟ କୁ କହି ପାରନ୍ତି ।ଏହି ମାମଲାର ଶୁଣାଣୀ ସମୟରେ କେନ୍ଦ୍ର ସରକାର ଏକ ନିରପେକ୍ଷ କମିଟି ଗଠନ କରିବାର ପ୍ରସ୍ତାବ ଦେଇଥିଲେ ଯାହା ସୁପ୍ରିମକୋର୍ଟର ତଦାରଖରେ କାମ କରିବ । ସଲିସିଟର ଜେନେରାଲ ତୁଷାର ମେହେତା କହିଥିଲେ ଯେ ଆବେଦନକର୍ତା ଚାହାନ୍ତି ଯେ ସରକାର ଲିଖିତ ଭାବେ ଦିଅନ୍ତୁ ଯେ ସଫଟବେୟାର ବ୍ୟବହାର କରନ୍ତି ନା ନାହିଁ । ଆମର ମତ ହେଲା ଯେ ଶପଥ ପତ୍ର ଦାଖଲ କରି ଏହା ଉପରେ ତର୍କ କରା ଯାଇ ପାରିବ ନାହିାଁ ଆଇଟି ଏକ୍ଟର ଧାରା ୬୯ ସୁରକ୍ଷା ଦୃଷ୍ଟିରୁ ସରକାରକୁ ତଦାରଖ କରିବାର ଶକ୍ତି ପ୍ରଦାନ କରେ । ଆମେ ନିରପେକ୍ଷ କମିଟିକୁ କହି ପାରିବୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ