ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାର ଉପାୟ

ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇଁ ବିଭିନ୍ନ ପୂଜା କରାଯାଇଥାଏ । ତେବେ ସହଜରେ ମାତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ରହିଛି କେତେକ ଉପାୟ । ସେଥିମଧ୍ୟରେ ରହିଛି ଖାଦ୍ୟ ଖାଇବା ଶୈଳୀ । ଶାସ୍ତ୍ରରେ ତଳେ ବସି ଖାଇବାକୁ ଗୁରୁତ୍ୱ ଦିଆଯାଇଛି । କାରଣ ତଳେ ବସି ଖାଦ୍ୟ ଖାଇଲେ ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି ବୋଲି ରହିଛି ବିଶ୍ୱାସ । ଫଳରେ ସୌଭାଗ୍ୟ ବଢ଼େ ବୋଲି ଲକ୍ଷ୍ମୀପୁରାଣରେ ଉଲ୍ଲେଖ ରହିଛି । ତେବେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଏପରି ଖାଇବା ଦ୍ୱାରା ଶରୀରର ଓଜନ କମ୍ ହୋଇଥାଏ । ପେଟରେ ଚର୍ବି ପରିମାଣ ବଢ଼ି ନ ଥାଏ ବୋଲି ଚିକିତ୍ସା ବିଜ୍ଞାନୀ ମତ ଦେଇଥାନ୍ତି । ଭୂମି ଉପରେ ବସି ଖାଇଲେ ଶୀଘ୍ର ବାର୍ଦ୍ଧକ୍ୟ ଆସେ ନାହିଁ । ଏଭଳି ବସି ଖାଇବା ଦ୍ୱାରା ଶରୀରର ଆଣ୍ଠୁଗଣ୍ଠିଜନିତ ସମସ୍ୟା ଦୂର ହୁଏ । ଏହାର ସକାରାତ୍ମକ ପ୍ରଭାବ ମସ୍ତିଷ୍କ ଉପରେ ମଧ୍ୟ ପଡ଼େ । ମସ୍ତିଷ୍କ ସକ୍ରିୟ ରହିବାରୁ ରକ୍ତ ସଞ୍ଚାଳନରେ ସମନ୍ୱୟ ସୃଷ୍ଟି ହୋଇଥାଏ । ଏହାଦ୍ୱାରା ଶରୀରରେ ପାଚନ କ୍ରିୟା ସ୍ୱାଭାବିକ ଭାବେ ହୁଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ