ପେଟ୍ରୋଲ ଓ ଡିଜେଲ ଦରରେ ୩ଟଙ୍କା ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲରେ ୩ ଟଙ୍କା ଉତ୍ପାଦନ ଶୁଳ୍କ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଲିଟର ପିଛ। ପେଟ୍ରୋଲ ଓ ଡିଜେଲ ୩ ଟଙ୍କା ଉତ୍ପାଦନ ଶୁଳ୍କ ଲାଗୁ ହୋଇଛି ଶନିବାର ଠାରୁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜରିଆରେ ଏ ନେଇ ଶନିବାର ସୂଚନା ଦିଆଯାଇଛି। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଉତ୍ପାଦନ ଶୁଳ୍କ, ଭାଟ୍‌ ଏବଂ ଡିଜେଲ କମିଶନ ସାମିଲ ହୋଇ ରହିଥାଏ । ଉତ୍ପାଦନ ଶୁଳ୍କ ବୃଦ୍ଧି ହୋଇଥିଲେ ହେଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ହୋଇଥିଲେ ସୁଦ୍ଧା ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ ଘଟିବ ନାହିଁ। ଅନ୍ୟପଟେ ସରକାର ଉତ୍ପାଦଳ ଶୁଳ୍କ ବୃଦ୍ଧି କରିଥିବାରୁ ଅନ୍ତର୍ଜାତୀୟ ବଜାରରେ ତୈଳଦର ହ୍ରାସ ସତ୍ବେ ଗ୍ରାହକଙ୍କୁ ଆଦିକା ଦର ପଡିବ । କିନ୍ତୁ ଆଇଓସିଏଲ ୱେବ୍‌ସାଇଟ୍‌ରେ ଶନିବାର ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଶୁକ୍ରବାର ତୁଳନାରେ କମ୍‌ ରହି ଥିବା ଦେଖିବାକୁ ମିଳିଛି । ସେହିପରି ଶୁକ୍ରବାର ଦିଲ୍ଲୀରେ ପେଟ୍ରୋଲ ୭୦ ଟଙ୍କା ଥିବାବେଳେ ଶନିବାର ୬୯.୮୭ ଟଙ୍କା ରହିଛି। ଗତ ଶୁକ୍ରବାର କୋଲକାତାରେ ପେଟ୍ରୋଲ ୭୨.୭୦ ଟଙ୍କା, ମୁମ୍ବଇରେ ୭୫.୭୦ ଟଙ୍କା ଏବଂ ଚେନ୍ନାଇରେ ୭୨.୭୧ ଟଙ୍କା ଥିବା ସୂଚନା ରହିଛି । ସେହିପରି ଶନିବାର କୋଲକାତାରେ ପେଟ୍ରୋଲ ୭୨.୫୭ ଟଙ୍କା, ମୁମ୍ବଇରେ ୭୫.୫୭ ଟଙ୍କା ଓ ଚେନ୍ନାଇରେ ୭୨.୫୭ ଟଙ୍କା ରହିଛି। କିନ୍ତୁ ଦିଲ୍ଲୀରେ ଡିଜେଲ ଶୁକ୍ରବାର ୬୨.୭୪ ଟଙ୍କା ଥିବାବେଳେ ଶନିବାର ତାହା ୬୨.୫୮ ଟଙ୍କା ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ