ପେଟ୍ରୋଲପମ୍ପ ପାଇଁ ଉଜୁଡିଗଲା ଭାତହାଣ୍ଡି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ପେଟ୍ରୋଲପମ୍ପ ପାଇଁ ଉଜୁଡି ଗଲା ପ୍ରାୟ ୨ଏକରରୁ ଅଧିକ ଚାଷଜମି । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ୫ନମ୍ବର(କ) ଜାତୀୟ ରାଜପଥ ପାଶ୍ୱର୍ର ଜୁଇଦାସପୁର ଠାରେ ଥିବା ଏକ ପେଟ୍ରୋଲପମ୍ପ ପାଇଁ ଚାଷଜମି ଉଜୁଡି ଯାଇଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ କଣ୍ଟାପଦା ଗ୍ରାମର ବାସିନ୍ଦା ପଦ୍ମନାଭ ଦାସ । ରବିବାର ଲଘୁଚାପ ଜନିତ ବର୍ଷା ଯୋଗୁଁ ଏହି ପେଟ୍ରୋଲପମ୍ପର ପାଚେରୀ ଭାଙ୍ଗି ପଡିଥିଲା । ପାଚେରୀର ଭଗ୍ନାଂଶ ସମ୍ପୂର୍ଣ୍ଣ ଭାବେ ପଦ୍ମନାଭଙ୍କ ଚାଷଜମି ଉପରେ ପଡିଛି । ତେବେ ସେଠାରେ ପେଟ୍ରୋଲପମ୍ପ ହେବା ପରଠାରୁ ଏକାଧିକ ବାର ପେଟ୍ରୋଲ ଟାଙ୍କିରେ ଛିଦ୍ର ଯୋଗୁଁ ପେଟ୍ରୋଲ ବୋହି ପଦ୍ମନାଭଙ୍କ ଚାଷଜମିରେ ମାଡି ଯାଇଛି । ଏହାଦ୍ୱାରା ପରୋକ୍ଷ ଭାବେ ୨ଏକର ଏବଂ ପ୍ରତ୍ୟେକ୍ଷ ଭାବେ ୪ଗୁଣ୍ଠ ଚାଷଜମି ପ୍ରଭାବିତ ହୋଇଥିବା ସେ ଅଭିଯୋଗ କରିଛନ୍ତି । ପେଟ୍ରୋଲ ମାଡିଯିବା ଦ୍ୱାରା ଜମିରେ ଧାନ ମୁଗ ପରି ଫସଲ ନଷ୍ଟ ହେବା ସହ ଜମି ତାର ଉର୍ବରତା ହରାଇଛି । ବାରମ୍ବାର ଚାଷଜମିରେ ପେଟ୍ରୋଲ ମାଡିଯିବା ଦ୍ୱାରା ଗତ କିଛି ବର୍ଷ ଧରି ସେ ଜମିରେ ଚାଷ ବନ୍ଦ ହୋଇଯାଇଛି । ଆଜି ପାଚେରୀ ଭୁଶୁଡି ପଡିବା ଯୋଗୁଁ ନିଜ ଚାଷଜମି ଉପରକୁ ଯିବା ବାଟ ମଧ୍ୟ ବନ୍ଦ ହୋଇଯାଇଛି । ଏନେଇ ପଦ୍ମନାଭ ବାରମ୍ବାର କତ୍ତୃପକ୍ଷଙ୍କୁ ଅଭିଯୋଗ କଲେ ମଧ୍ୟ କୈାଣସି ପ୍ରତିକାର କରାଯାଇନଥିବା ସେ କହିଛନ୍ତି ।