ପେଟ୍ରୋଲିଙ୍ଗ ଗାଡ଼ିକୁ ଧକ୍କା ଦେଇ ଓଲଟିଲା କାର
ଗଂଜାମ, (ବିନୋଦ ପଲାଇ):ଗଞ୍ଜାମ ଥାନା ଅନ୍ତର୍ଗତ ନୂଆଁଗାଁ ଛକ ନିକଟସ୍ଥ ଜାତୀୟ ରାଜପଥ(୧୬) ରେ ଏକ ପେଟ୍ରୋଲିଙ୍ଗ ଗାଡିକୁ ଧକ୍କା ଏକ କାର ଓଲଟି ପଡ଼ିବା ଫଳରେ କାର ଭିତରେ ଗୁରୁତର ଆହତ ହୋଇ ଥିଲେ ମଧ୍ୟ ବହାରକୁ ବାହାରିପାରିନଥିଲେ । ଏହି ସମୟରେ ଜାତୀୟ ପ୍ରେସ ଦିବସ ଉତ୍ସବରେ ଯୋଗଦେବାକୁ ଯାଉଥିବା ଦୁଇଜଣ ସାମ୍ବାଦିକ ଅଳ୍ପକେ ବଞ୍ଚିଜାଇଥିଲେ ମଧ୍ୟ ମାନବିକତା ଦେଖାଈ ସେମାନଙ୍କୁ ଉଦ୍ଧାର କରି ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କାରିଥିଲେ । ଆଜି ଗଂଜାମ ମିଡ଼ିଆ ହାଉସର ସଭାପତି ଦୁର୍ଗା ମାଧବ ପାଣିଗ୍ରାହୀ ଓ ସମ୍ପାଦକ ଶିବାନନ୍ଦ ପଲେଇ ,ଛତ୍ରପୁର ଠାରେ ଜାତୀୟ ପ୍ରେସ ଦିବସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ଗଂଜାମ ଥାନା ଅନ୍ତର୍ଗତ ନୂଆଁଗାଁ ଛକ ନିକଟ ଜତୀୟ ରାଜ ପଥ (୧୬) ରେ ଛତ୍ରପୁର ଅଭିମୁଖେ ଏକ ହୁଣ୍ଡାସିଟି କାର (ODO7AK808) ଦ୍ରୁତଗ୍ରାମୀ ଗାଡି ଚାଲନ ଯୋଗୁଁ ସାମ୍ବାଦିକ ଦୁଇଜଣ ଅଳ୍ପକେ ଜୀବନ ବର୍ତ୍ତି ଯାଇଥିଲେ ମଧ୍ୟ ଆଗରେ ଥିବା ଜାତୀୟ ରାଜପଥ ପେଟ୍ରୋଲିଙ୍ଗ ଗାଡିକୁ ପିଟି ତିନି ପଲଟାଣିଆ ମାରି ଓଲଟି ପଡିଥିଲା କାର। ଫଳରେ କାରରେ ଥିବା ଦୁଇଜଣ ଗୁରୁତର ଆହତ ହୋଇଥିଲେ ମଧ୍ୟ ଗାଡି ଭିତରୁ ବାହାରି ପାରିନଥିଲେ ।ଏହା ଦେଖି ଅଳ୍ପପକେ ବଞ୍ଚିଯାଇଥିବା ମିଡ଼ିଆ ହାଉସ ସଭାପତି ଦୁର୍ଗା ମାଧବ ଓ ଶିବାନନ୍ଦ ସେଠାରେ ରହି କାର ଡୋର ଭାଙ୍ଗି କାର ଭିତରୁ ସେମାନଙ୍କୁ ଉଦ୍ଧାର କରିଥିଲେ।ସେହି ରାସ୍ତା ଦେଇ ଯାଉଥିବା ସନ୍ତୋଷ ମହାରଣାଙ୍କ ଗାଡିରେ ବସାଇ ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ । ଗୁରୁତର ଆହତ ଦୁଇଜଣ ହେଲେ ସମର ଝୋଳର ଦଣ୍ଡପାଣି ମଲ୍ଲିକ ଓ ଶ୍ରିତମ ମଲ୍ଲିକ। ଦଣ୍ଡପାଣିଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ 108ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଖବର ପାଇ ଘଟଣା ସ୍ଥଳରେ ଗଞ୍ଜାମ ଓ ଛତ୍ରପୁର ପୋଲିସ ପହଞ୍ଚିଥିଲେ ।
ଦୁଇ ଜଣ ସାମ୍ବାଦିକ ଅଳ୍ପପକେ ବଞ୍ଚି ମଧ୍ୟ ମାନବିକତା ଦେଖାଇ ଆହତ ମାନଙ୍କୁ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ପଠାଇବା ବ୍ଯବସ୍ଥା କରିଥିଲେ। ଦୁର୍ଘଟଣା ସମୟରେ ଏପରି ସହଯୋଗ କରିଆସୁଥିବାରୁ ବିଭିନ୍ନ ମହଲରୁ ସାମ୍ବାଦିକ ଙ୍କ ପ୍ରତି ପ୍ରଂଶସାର ସୁଅ ଛୁଟିଛି।


