‘ପେଟ୍ରୋଲିୟମ ଡିଲର ଆସୋସିଏସନ’ପକ୍ଷରୁ ଅରୁଣ ଦେଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି
ବାଲେଶ୍ୱର, (ସରୋଜ ପଣ୍ଡା): ବିଶିଷ୍ଟ ଶ୍ରମିକ ନେତା ତଥା ପୂର୍ବତନ ବିଧାୟକ ଦିବଂଗତ ଅରୁଣ ଦେଙ୍କ ଦେହାନ୍ତର ଦଶମ ଦିବସ ଅବସରରେ ‘ବାଲେଶ୍ୱର ପେଟ୍ରୋଲିୟମ ଡିଲର ଆସୋସିଏସନ’ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଭେନ୍ୟା ପାରାଡାଇଜ କଲ୍ୟାଣମଣ୍ଡପ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସମ୍ପାଦକ ପ୍ରଦୀପ କୁମାର ଦାସ ଏଥିରେ ପୌରୋହିତ୍ୟ କରିଥିଲେ । ସଦର ବିଧାୟକ ସ୍ୱରୂପ ଦାସ, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି ଓ ରଂଜନ ବାଗ, ପୂର୍ବତନ ପୌରପାଳ ଆଲୋକ କୁମାର ସାହୁ, କବି ଶ୍ରୀଦେବ, ଯୁବ ଶିଳ୍ପୋଦ୍ୟୋଗୀ ସଂଗ୍ରାମ ଦାସ, ବାଲେଶ୍ୱର ବାର ଆସୋସିଏସନର ସଭାପତି ମନୋଜ କୁମାର ନାୟକ, ପୂର୍ବତନ ବ୍ରିଟ ଅଧ୍ୟକ୍ଷ ଗୌରୀ କୁମାର ରାଉତ, ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ, ଆଇନଜୀବୀ ନିରଂଜନ ପରିଡ଼ା, ନ୍ୟୁଜ-୭ର ଜିଲା ପ୍ରତିନିଧି ସର୍ବେଶ୍ୱର ନାଥ, ‘ଓଡ଼ିଶା ଖବର’ର ସମ୍ପାଦକ ଅମୀୟ କୁମାର ମହାନ୍ତି, ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ବିଜେଡି ନେତା ଗୋପୀନାଥ ସେନାପତି ପ୍ରମୁଖ ଏଥିରେ ଯୋଗଦେଇ ସ୍ୱର୍ଗତ ଦେଙ୍କ ଜୀବନାଦଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ବାଲେଶ୍ୱରବାସୀଙ୍କ ସମର୍ଥନରେ ସଦର ଆସନରୁ ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇ ସମଗ୍ର ଓଡ଼ିଶାରେ ଜଣେ ଅଦ୍ୱିତୀୟ ନେତା ହୋଇ ପାରିଥିଲେ । ଜିଲାବାସୀଙ୍କ ପାଇଁ ସେ ସବୁଦିନ ସମ୍ମରଣୀୟ ହୋଇ ରହିବେ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନର ରାଜ୍ୟ କର୍ମକର୍ତ୍ତା ସଂଜୟ ଲାଥ ଓ ଉପଦେଷ୍ଟା ରାମୋତ୍ତର ମୋରେ ଭୁବନେଶ୍ୱରରୁ ଭର୍ଚୁଆଲ ମୋଡ଼ରେ ସ୍ୱର୍ଗତ ଦେଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବାଲେଶ୍ୱର ପେଟ୍ରୋଲିୟମ ଆସୋସିଏସନର ଯୁଗ୍ମ ସମ୍ପାଦକ ସୁଶୀଲ କର୍ଣ୍ଣାନୀ, କୋଷାଧ୍ୟକ୍ଷ ଅନୀଲ ଶର୍ମା, ସହ-କୋଷାଧ୍ୟକ୍ଷ ଗୋପା ପଣ୍ଡା ଓ ଦିଲୀପ କୁମାର ମହାନ୍ତି ଏଥିରେ ଉପସ୍ଥିତ ରହି ସ୍ୱର୍ଗତ ଦେଙ୍କ ଜୀବନ ଶୈଳୀଠାରୁ ଆରମ୍ଭ କରି ସାଂଗଠନିକ କାର୍ଯ୍ୟଧାରା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଆସୋସିଏସନର ଯୁଗ୍ମ ସମ୍ପାଦକ ସୌମ୍ୟରଂଜନ ବେହେରାଯାଦବ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


