ପେଟ୍ରୋଲ ଓ ଦରଦାମ ବୃଦ୍ଧି ନେଇ କେନ୍ଦ୍ର ବିରୁଦ୍ଧରେ ବେଗୁନିଆପଡା ରେ ଗର୍ଜିଲା ବିଜେଡି

କୋଦଳା, (ଗୁଲସନ କୁମାର କର):ପେଟ୍ରୋଲ ଡିଜେଲ ଓ ଏଲପିଜି ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି ପାଇଛି । ଏହା ବିରୋଧରେ ରାଜରାସ୍ତାକୁ ଓହ୍ଳାଇଛି ବିଜେଡି ।ନିର୍ବାଚନ ମଣ୍ଡଳୀ ସ୍ତରରେ ପ୍ରତିବାଦ କରିଛି ମହିଳା ବିଜେଡି,ଏହି କ୍ରମରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଗୁନିଆପଡା ବ୍ଲକ ସ୍ଥିତ ସିଦ୍ଧେଶ୍ୱର ମନ୍ଦିର ପାଖରୁ ବିଜେଡି ମହିଳା ମୋର୍ଚ୍ଚାର ଏକ ବିଶାଳ ଶୋଭାଯାତ୍ରା ବାହାରିଛି । ଦଳର ତୁଙ୍ଗ ନେତାଙ୍କ ସହଜାର ହଜାର କର୍ମୀ ଶୋଭାଯାତ୍ରାରେ ଯାଇ ବେଗୁନିଆପଡା ବ୍ଲକ ଅଫିସ ଆଗରେ ପ୍ରତିବାଦ କରିଛନ୍ତି । କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଙ୍କ ନେତୃତ୍ୱ ରେ ଶତାଧିକ ମହିଳା ବେଗୁନିଆପଡା ବଜାର ଦେଇ ବ୍ଲକ ସମ୍ମୁଖରେ ପଂହଁଚି ଥିଲେ । ମୁଖ୍ୟତଃ ତୈଳ ଦର ଓ ରନ୍ଧନ ଗ୍ୟାସ୍ ଦର ବୃଦ୍ଧିକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ହେଉଥିବାରୁ ବିଜେଡି ପକ୍ଷରୁ ଅଭିନବ ଢଙ୍ଗରେ ଏହାର ପ୍ରତିବାଦ କରାଯାଇଥିଲା । ତେଲ, ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ଯୋଗୁଁ କିପରି ସାଧାରଣ ଲୋକ ପ୍ରଭାବିତ ହେଉଛନ୍ତି ତାହା ବିଜେଡି କର୍ମୀମାନେ ରାଜରାସ୍ତାରେ ସ୍ଲୋଗାନ ଦେଇଥିଲେ ।କେନ୍ଦ୍ର ରେ କ୍ଷମତା ସିନ ବିଜେପି ସରକାର ଦରଦାମ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ ବିଫଳ ହୋଇଛି ଏହା ଯୋଗୁଁ ସାଧାରଣ ଜନତା ଓ ବିଶେଷ କରି ମା ଭଉଣୀ ମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ବୋଲି କହିଛନ୍ତି ବିଧାୟିକା । ମହାମହିମ ରାଷ୍ଟ୍ରପତି ଙ୍କ ଉଧେସ୍ୟ ରେ ଏକ ଦାବିପତ୍ର ଏ ବି ଡ଼ି ଓ ନିରାକାର ଜେନା ଙ୍କୁ ପ୍ରଦାନ କରାଯାଇଥିଲା। ଆଜିର ଏହି ପ୍ରତିବାଦ ରାଲିରେ ବ୍ଲକ ଅଧକ୍ଷା କେ.ରାଜଲକ୍ଷ୍ମୀ ଦୋରା, ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା,ବ୍ଲକ ମହିଳା ବିଜେଡି ସଭାପତି ମଧୁମିତା ସାହୁ,ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ପାଣ୍ଡୀ, ଗୀତାଞ୍ଜଳି ଭୂୟାଁ ଙ୍କ ସମେତ ଶତାଧିକ ମହିଳା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ