ପେଟ୍ରୋଲ ଡିଜେଲ ଦର ବଢିବା ପରେ ଓଡିଶା ରେ ବଢିଲା ବସ ଭଡା
(ଯୁଗାବ୍ଦ ନ୍ୟୁଜ )କେନ୍ଦ୍ରସରକାର ପେଟ୍ରୋଲ ଓ ଡିଜେଲ ସେସ୍ ଲଗାଇବାପରେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିବାରୁ ବେସରକାରୀ ବସ ମାଲିକ ସଂଘ ଦର ବଢାଇଛନ୍ତି । ନୂତନ ଦର ଅନୁସାରେ ଅଡିନାରି ଓ ଏକ୍ସପ୍ରେସ ବସ କିମି ପିଛା ଏକ ପଇସା ବୃଦ୍ଧି ପାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ କିମି ପିଛା ୨ ପଇସା ବୃଦ୍ଧି କରିଛନ୍ତି । ଅଡିନାରି ବସ କିମି ପିଛା ୬୮ ବୃଦ୍ଧି କରିଥିବା ବେଳେ ଏକ୍ସପ୍ରେସ ବସ କିମି ପିଛା ୭୧ ପଇସା ବୃଦ୍ଧି କରିନ୍ତି ।