ପେଟ୍ରୋଲ ଡିଜେଲ ଦର ବୃଦ୍ଧିକୁ ନେଇ ସିପିଆଇ(ଏମ) ତରଫରୁ ବିକ୍ଷୋଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସିପିଆଇ (ଏମ୍) ପକ୍ଷରୁ ପ୍ରେଟ୍ରୋଲ, ଡିଜେଲ ଆଦି ସମେତ ବିଭିନ୍ନ ତୈଳ ଓ ଦରଦାମ ବୃଦ୍ଧିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବାର ଦେଖିବାକୁ ମିଳିଛି । ଆଜି ଏନେଇ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ବସ୍ଷ୍ଟାଣ୍ଡ ଠରୁ ଏକ ପଟୁଆରରେ ବାହାରି ସହର ପରିକ୍ରମା କରି ସ୍ଥାନୀୟ ଏସାର ପେଟ୍ରୋଲ ପମ୍ପ ଓ ଭିଭିରାଜୁ ପେଟ୍ରୋଲ ପମ୍ପ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶ ନକରିଥିଲେ । ଏହା ସହ କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜି ଦେଇଥିଲେ । ତୁରନ୍ତ ପେଟ୍ରୋଲ, ଡିଜେଲ ଦର ସହ ବିବିନ୍ନ ତୈଳ ଓ ଦରଦାମ ବୃଦ୍ଧିକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ସିପିଆଇ(ଏମ୍) ସମ୍ପାଦକ ଦଣ୍ଡପାଣି ରଇତ, ସମ୍ପାଦକ ମଣ୍ଡଳୀ ସଭ୍ୟ କେ.ମୀନାରାଓ, ଏମ୍.ବାଙ୍ଗାରି, ଜିଲ୍ଲା କମିଟି ସଭ୍ୟ କେ.ସଂଜୀବ, ଗୋକୁଳ ଦଳବେହେରା, ଭାସ୍କର ରାଓ, ଲକ୍ଷ୍ମୀ ନାରାୟଣ, ନରସିଂହ ମାଳ ବିଶୋୟୀ, ଚନ୍ଦ୍ରଶେକ୍ର ଦେଓ ପ୍ରମୁଖ ନେତାମାନଙ୍କ ସମେତ ବହୁ ସିପିଆଇ(ଏମ୍) ସଭ୍ୟ ଯୋଗ ଦେଇଥିଲେ ।


