ପେଟ୍ରୋଲ ନଦେବାରୁ ଦୋକାନୀ ଓ ତାଙ୍କ ମାଙ୍କୁ ଆକ୍ରମଣ : ମା ମୃତ, ଗିରଫ ଦାବିରେ ରାସ୍ତାରୋକ

ନିମାପଡା (ସନ୍ତୋଷ ଦାଶ ): ପେଟ୍ରୋଲ କିଣାବିକା କୁ ନେଇ ଅସ୍ତରଙ୍ଗ ଥାନା ଉକୁଳେଇ ଛକରେ ଏକ ଅଭାବନୀୟ ଘଟଣା ଘଟିଛି l ପେଟ୍ରୋଲ କିଣିବାକୁ ଯାଇଥିବା ବ୍ୟକ୍ତିଙ୍କ ଆକ୍ରମଣରେ ଦୋକାନୀଙ୍କ ମା’ଙ୍କର ମୃତ୍ୟୁ ଘଟିଛି l ଏହାକୁ ନେଇ ଆଜି ଉକୁଳେଇ ଛକ ଠାରେ ଉତ୍ତେଜନା ପ୍ରକାଶ ପାଇଥିଲା l ଉତ୍ୟକ୍ତ ଲୋକମାନେ ରାସ୍ତାରୋକ ଆନ୍ଦୋଳନ କରିଛନ୍ତି l କାକଟପୁର ଓ ଅସ୍ତରଙ୍ଗ ଥାନା ର ଦୁଇ ଆଇ. ଆଇ. ସି. ଘଟଣlସ୍ଥଳ ରେ ପହଂଚି ଉତ୍ୟକ୍ତ ଲୋକମାନଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି l ଗତକାଲି ଉକୁଳେଇ ଛକ ଠାରେ ଦୋକାନ କରିଥିବା ସୁକାନ୍ତ ସେଠି ଦୋକାନ ବନ୍ଦ କରି ଘର କୁ ବାହାରିଥିବା ବେଳେ ନିକଟସ୍ଥ ଜିଉଁନ୍ତି ଗ୍ରାମ ର କୁମ କାଣ୍ଡି ତାଙ୍କୁ ପେଟ୍ରୋଲ ମାଗିଥିଲେ l ସୁକାନ୍ତ ପେଟ୍ରୋଲ ନଦେବାରୁ କୁମ ତାଙ୍କୁ ଆକ୍ରମଣ କରିଥିଲେ l ଏଥିରେ ସୁକାନ୍ତ ଙ୍କ ମା କଳ୍ପନା ସେଠି ବାଧା ଦେବାରୁ କୁମ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ l କଳ୍ପନା ହଠାତ ଘଟଣା ସ୍ଥଳ ରେ ପଡିଯାଇ ଅଚେତ ହୋଇପଡ଼ିଥିଲେ l ତାଙ୍କୁ ଚିକିତ୍ସା ପାଇଁ 108 ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଅସ୍ତରଙ୍ଗ ପରେ ଭୁବନେଶ୍ୱର ତତ୍ପରେ କଟକ ବଡ ଡାକ୍ତରଖାନା କୁ ନିଆ ଯାଇଥିଲା l ସେଠାରେ ତାଙ୍କ ର ମୃତ୍ୟୁ ଘଟିଥିଲା l ଆଜି କଳ୍ପନାଙ୍କ ମର ଶରୀର ଉକୁଳାଇ ଠାରେ ପହଂଚିବା ପରେ ତାଙ୍କ ପରିବାର ଓ ଗ୍ରାମବାସୀ ମନେ ଶବ କୁ ରାସ୍ତା ଉପରେ ରଖି ରାସ୍ତାରୋକ ଆନ୍ଦୋଳନ କରିଥିଲେ l ତୁରନ୍ତ ଅଭିଯୁକ୍ତ କୁ ଗିରଫ ଓ ଦୋକାନୀ ଙ୍କୁ ସରକାରୀ ସାହାଯ୍ୟ ଦାବି ରେ ଏହି ରାସ୍ତାରୋକ ଆନ୍ଦୋଳନ କରାଯାଇଛି l କାକଟପୁର ଆଇ ଆଇ ସି ସୁଶାନ୍ତ ସାହୁ, ଓ ଅସ୍ତରଙ୍ଗ ଆଇ ଆଇ ସି ବାମଦେବ ନନ୍ଦ ଘଟଣା ସ୍ଥଳ ରେ ପହଂଚି ଉତ୍ୟକ୍ତ ଲୋକ ଙ୍କୁ ବୁଝlସୁଝା କରୁଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ