ପେଟ୍ରୋଲ ପମ୍ପ ରେ ମିଳୁନି ମାଗଣା ସେବା :ଗ୍ରାହକମହଲରେ ଅସନ୍ତୋଷ

ନିମାପଡା, (ସନ୍ତୋଷଦାଶ):ସବୁ ପେଟ୍ରୋଲ ପମ୍ପ ରେ ଗ୍ରାହକ ମାନଙ୍କପାଇଁ ମାଗଣା ରେ ପ୍ରେସର, ବିଶୁଦ୍ଧ ପିଇବା ପାଣି, ଶୌଚାଳୟ, ଆଶୁଚିକିତ୍ସା ସୁବିଧା ଯୋଗାଇ ଦେବାର ନିୟମ ରହିଥିବା ବେଳେ ପୁରୀ ଜିଲ୍ଲାର ଚାରିଛକ, କାକଟପୁର, ଗଡ ଅମରପ୍ରସାଦ, ନୟାହାଟ, ମୂଳାଗଡ, ଅସ୍ତରଙ୍ଗ ପ୍ରଭୃତି ଅଞ୍ଚଳ ରେ ଥିବା ପେଟ୍ରୋଲ ପମ୍ପ ମାନଙ୍କରେ ଏହି ସୁବିଧା ଯୋଗାଇ ଦିଆ ଯାଉନଥିବାରୁ ଗ୍ରାହକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଯୋଗାଣ ବିଭାଗ ପକ୍ଷରୁ ନିୟମିତ ସମୟ ବ୍ୟବଧାନ ରେ ପମ୍ପ ମାନଙ୍କରେ ଯୋଗାଇ ଦିଆ ଯାଉଥିବା ତେଲର ଗୁଣବତ୍ତା ,ମାନ ଓ ପରିମାଣ ର ଯାଞ୍ଚ କରାଯିବାକୁ ନିୟମ ରହିଥିବାବେଳେ ଏହି ଅଞ୍ଚଳ ରେ ଏହାକରାଯାଉନଥିବାଅଭିଯୋଗ ହେଉଛି। ବିଭିନ୍ନ ସମୟରେ ତେଲ ର ମାନ ଓ ପରିମାଣ କୁ ନେଇ ପମ୍ପ କର୍ମଚାରୀ ଓ ଗ୍ରାହକଙ୍କ ମଧ୍ୟରେ ବଚସା ଓ ପାଟିତୁଣ୍ଡ ହେଉଛି। ପେଟ୍ରୋଲ ପମ୍ପ ମାନଙ୍କ ରେ ଲାଗିଥିବା ମିଟର ସବୁକୁ ଟ୍ୟାମ୍ପରିଂ କରାଯାଇ ଗ୍ରାହକ ମାନଙ୍କୁ ଶୋଷଣ କରାଯାଉଥିବା ଗୁରୁତର ଅଭିଯୋଗ ହେଉଛି।ବିଭାଗୀୟ ଅଧିକାରୀମାନେ ଏ ଦିଗରେ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ