ପେନସନ ନମିଳିବାରୁ ବିଷପିଇବା ଘଟଣା, ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ହାଟଡ଼ିହି,(ବିକାଶ ବିଶ୍ୱାଳ): ୨ବର୍ଷ ହେଲା ଚାକିରିରୀରୁ ଅବସର ଗ୍ରହଣ କରିଥିଲେବି ଆଜି ପର୍ଯ୍ୟନ୍ତ ରିଟାୟଡମେଣ୍ଟ ଅର୍ଡର, ଜିପିଏଫ କି ପେନସନ ନପାଇବାରୁ ଜଣେ କଲେଜ କିରାଣୀ ମାନସିକ ଭାରସାମ୍ୟ ହରାଇ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ କଟକ ବଡଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି । ସୁଚନା ଯୋଗ୍ୟ ଯେ ହାଟଡିହି ବ୍ଲକ ତରଭା ଗ୍ରାମର କ୍ଷେତ୍ର ମୋହନ କର ଜଗନ୍ନାଥ ମହାବିଦ୍ୟାଳୟ ଅଶୋକ ନଗର ବାତୋର ପୁର୍ବତନ କିରାଣୀ ଭାବେ କାର୍ଯ୍ୟ କରୁଥିଲେ । କ୍ଷେତ୍ର ମୋହନ ଗତ ୨୦୧୯ ମାର୍ଚ୍ଚରେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ଅବସର ଗ୍ରହଣର କିଛି ମାସ ଆଗରୁ ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବାରୁ ଅବସର ସମୟରେ କଲେଜକୁ ଯାଇ ପାରି ନଥିଲେ । ମାତ୍ର ସୁସ୍ଥହୋଇ କଲେଜକୁ ଯିବାପରେ କଲେଜ କର୍ତ୍ତୁପକ୍ଷ ଆଉ ତାଙ୍କୁ ଧରାଛୁଆଁ ଦେଇ ନଥିଲେ । ସେ କଲେଜର ଅଧ୍ୟକ୍ଷ ଓ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ପେନସନ ପାଇଁ ଗୁହାରୀ କରିଥିଲେବି ପେନସନ ମିଳିପାରି ନଥିଲା । ସେ ସବୁଆଡୁ ନିରାଶ ହେବାପରେ ମାନସିକ ଭାରସାମ୍ୟ ହରାଇ ଗତ ୧୨ତାରିଖ ଦିନ କୀଟନାଶକ ପିଇଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ନିଆଯାଇ ଚିକିତ୍ସା କରାଯାଉଥିବା ବେଳେ ଆଜି ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ସୁଚନା ଦେଇଛନ୍ତି । ଏ ସମ୍ପର୍କରେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷାଙ୍କୁ ପଚାରିବାରେ ସେ ଏହି ଘଟଣାରେ ଦୁଖିତ ଥିବା କହିଛନ୍ତି । ସେ କଲେଜର ଅଧ୍ୟକ୍ଷ ଦାୟିତ୍ୱ ନେବାପୁର୍ବରୁ କିରାଣୀ ଜଣକ ଅବସର ନେଇସାରିôତଲେ । ତେଣୁ ସେ ବାବଦରେ କିଛି ଜାଣି ନଥିଲେ । ସେ ଏବାବଦରେ ଜାଣିବାପରେ ତାଙ୍କର ପେନସନ କାଗଜପତ୍ର ପ୍ରସ୍ତୁତ ଚଳାଇଛନ୍ତି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ