ପେନ୍ସନ୍’ କର୍ମଚାରୀର ଅଧିକାର

ଚେନ୍ନାଇ(ଏଜେନ୍ସି): ପେନ୍ସନ୍ ଏକ ଦୟାର ପରିଚାୟକ ନୁହେଁ ବରଂ ଜଣେ କର୍ମଚାରୀର ନିଜସ୍ୱ ଅଧିକାର । ଚାକିରି ଜୀବନରୁ ଅବସର ଗ୍ରହଣ କରିବା ପରେ ଜଣେ ବୟସ୍କ ବ୍ୟକ୍ତିପାଇଁ ପେନ୍ସନ୍ କେତେ ଯେ, ଜରୁରୀ ତାହା କେବଳ ପେନସନ୍ଭୋଗୀ ହିଁ କହିପାରିବେ । ଜୀବନସାରା ଚାକିରି କରିବା ପରେ ଜଣେ ବ୍ୟକ୍ତିି ବୃଦ୍ଧାବସ୍ଥାରେ ପହଞ୍ôଚବାପରେ ପେନ୍ସନ୍ ତା’ ପାଇଁ ଏକ ଜରୁରୀ ଆବଶ୍ୟକତା ପାଲିଟିଯାଇଥାଏ । କିନ୍ତୁ ଅନେକ ସମୟରେ କର୍ମ·ରୀର ପେନସନକୁ ନେଇ ବିଭିନ୍ନ ସରକାରୀ ବିଭାଗ କିମ୍ବା ସଂସ୍ଥା ଖେଳ ଖେଳିଥାନ୍ତି । ଆଜି ଏଭଳି ଏକ ମାମଲା ଉପରେ ରାୟ ଶୁଣାଇବା ଅବସରରେ ମାଡ୍ରାସ୍ ହାଇକୋର୍ଟ ଏପରି ମନ୍ତବ୍ୟ ରଖିଛନ୍ତି । ହାଇକୋର୍ଟ ଏହି ଅବସରରେ ସ୍ପଷ୍ଟ କରିଛନ୍ତି ଯେ, ଯଦି ଜଣେ କର୍ମ·ରୀ ପେନ୍ସନ୍ ପାଇବାକୁ ଯୋଗ୍ୟ ଥିବ ଓ ପେନ୍ସନ୍ ପାଣ୍ଠି ପାଇଁ ଦରମାରୁ ଏଥିପାଇଁ କିଛି ଅଂଶ କଟୁଥିବ ତେବେ ସେ ପେନ୍ସନ୍ ନିଶ୍ଚିତ ଭାବେ ପାଇବାକୁ ହକଦାର । ଓଏନଜିସି କର୍ମଚାରୀ କଲ୍ୟାଣ ସଂଘ ଓ ଆଉ କେତେକ ବ୍ୟକ୍ତି ଦ୍ୱାରା ଆଗତ ରିଟ୍ ପିଟିସନର ଶୁଣାଣି କରି କୋର୍ଟ ଏହା କହିଛନ୍ତି । ଅଭିଯୋଗ କରିଥିବା କର୍ମ·ରୀମାନଙ୍କ ବକେୟା ପେନସନ ସୁଧ ସହିତ ରାୟ ପ୍ରକାଶ ପାଇବାର ୬ ମାସ ମଧ୍ୟରେ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ