ପେସା ଗ୍ରାମସଭା ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ଗିଦିଘାଟୀ(ହେଁସଡା) ଓ ତାରଣା ଗ୍ରାମରେ ପେସା ଗ୍ରାମସଭା ଗଠନର ଦ୍ବିତୀୟ ବାର୍ଷିକ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।୨୦୧୮ ମସିହା ଅକ୍ଟୋବର ୨ ତାରିଖରେ ମୟୁରଭଞ୍ଜ ଜିଲ୍ଲା ପେସା ସଂଯୋଜକ ସମିତି ସହଯୋଗରେ ଉଭୟ ତାରଣା ଓ ହେଁସଡା ଗ୍ରାମରେ ପେସା ଗ୍ରାମସଭା ଗଠିତ ହୋଇଥିଲା।ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ଆଜି ଗ୍ରାମ ନାଏକେ(ପୂଜକ)ଙ୍କୁ ନେଇ ଆଦିବାସୀ ପରମ୍ପରା ଓ ରୀତିନୀତି ଅନୁସାରେ ପୂଜାପାଠ କରାଯାଇ ପେସା ଆଇନ ଉଲ୍ଲେଖିତ ଶିଳା ପଥରକୁ ପୁନଃ ପ୍ରତିଷ୍ଠିତ କରାଯାଇଥିଲା।ପୂଜା ସ୍ଥଳରେ ଗ୍ରାମର ସମସ୍ତ ମହିଳା ଓ ପୁରୁଷ ମାନେ ଉପସ୍ଥିତ ରହି ଇଷ୍ଟ ଦେବଦେବୀ’ଙ୍କୁ ସ୍ମରଣ କରିବା ସହିତ ପୂଜା ସ୍ଥାନରେ ମୁଣ୍ଡିଆ ମାରିଥିଲେ।କାର୍ଯ୍ୟକ୍ରମରେ ଗିଦିଘାଟୀ ମାଝୀବାବା ଭଜରାୟ ହାଁସଦାଃ,ଗ୍ରାମ ନାଏକେ ଜିତମୋହନ ମାର୍ଣ୍ଡି,ତାରଣା ମାଝୀବାବା ରାମଚନ୍ଦ୍ର ହେମ୍ବ୍ରମ,କୁଲଗୀ ପିଳ୍ ପାରଗାନା କର ମାଝୀ,ବରିଷ୍ଠ ସାମ୍ବାଦିକ ରାମଦାଶ ମୁର୍ମୁ,ତାରଣା ପୋଷ୍ଟ ମାଷ୍ଟର ବିରବିର୍ଷା ଟୁଡୁ’ଙ୍କ ସହିତ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ରହିଥିଲେ।ପୂଜା ଅର୍ଚନା ପରେ ଉପସ୍ଥିତ ବ୍ୟକ୍ତିଗଣ ଆଲୋଚନାରେ ଭାଗନେଇ ଜଜଗୋଡା,ତାରଣା,ହେଁସଡା,ଚାଡ୍ରି ଓ ସୂରଦା ପେସାଗ୍ରାମ ସଂଗଠନ ଗୁଡିକୁ କିପରି ଭାବେ ଅଧିକ ମଜବୁତ୍ ଓ ସକ୍ରିୟ କରାଯିବ ଏବଂ ବିଭିନ୍ନ ଆଦିବାସୀ ସାମାଜିକ ପରମ୍ପରା,ରୀତିନୀତି କିପରି ସୂରକ୍ଷିତ ରହିବ ସେ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା।ଆଲୋଚନାରେ ଗିଦିଘାଟୀ,ଜଜଗୋଡା,ତାରଣା ଓ ଚାଡ୍ରୀ ଏହି ୪’ଟି ପେସାଗ୍ରାମ ର କେନ୍ଦ୍ରସ୍ଥଳ ଗିଦିଘାଟୀ ଛୋକ ନିକଟରେ ପେସା ଗ୍ରାମସଭା ସମିତି ପାଇଁ ଏକ ସଭାଗୃହ ର ନିତ୍ୟାନ୍ତ ଆବଶ୍ୟକ ରହିଥିବାରୁ ସର୍ବ ସମ୍ମତ୍ତି କ୍ରମେ ରାଜସ୍ବ ନିରୀକ୍ଷକ’ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ସରକାରୀ ଜମିକୁ ଚୟନ କରାଯାଇଥିଲା।ଉକ୍ତ ଜମିରେ ଏକ ସଭାଗୃହ ନିର୍ମାଣ କରାଯିବା ସମ୍ପର୍କରେ ବହଳଦା ତହସିଲଦାରଙ୍କୁ ସମ୍ପର୍କ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।ବହଳଦା ପେସା ଗ୍ରାମସଭା ସଂଯୋଜକ ବସନ୍ତ ସାଣ୍ଡିଲ,ତାରଣା ପେସା ଗ୍ରାମସଭା ସଂପାଦକ ବିଶୁ ହେମ୍ବ୍ରମ,ହେଁସଡା ପେସା ଗ୍ରାମସଭା ସଦସ୍ୟ ଲୁଗୁ ହାଁସଦାଃ,ବାରିଆଳ ଟୁଡୁ,ସୁବାସ ଟୁଡୁ ପ୍ରମୁଖ ଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ