ପୋଖରୀରେ ବୁଡ଼ି ରାଜମିସ୍ତ୍ରୀଙ୍କ ମୃତ୍ୟୁ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା) :ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଗାଲେରୀ ଫାଣ୍ଡି ଅଧୀନ ଦୋମୁହାଁଣି ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ରାଜମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ଗ୍ରାମର ସୋମ୍ବାରିଆ ବେହେରାଙ୍କ ପୁଅ ବାବୁଲା ବେହେରା(୪୩) ଆଜି ଅପରାହ୍ନରେ ଗ୍ରାମ ନିକଟ ପୋଖରୀକୁ ଯାଇଥିଲେ । ସେଠାରେ ଅସାବଧାନତା ବଶତ ଗୋଡ ଖସି ଯିବାରୁ ପାଣିରେ ବୁଡ଼ି ଯାଇଥିଲେ । ପରିବାର ଲୋକ ଗ୍ରାମର କିଛି ବ୍ୟକ୍ତି ସହଯୋଗରେ ପାଣି ଭିତରେ ଖୋଜାଖୋଜି କରିଥିଲେ ମଧ୍ୟ ବାବୁଲାର କୌଣସି ସନ୍ଧାନ ମିଳିନ ଥିଲା ।  ଏହାପରେ ଭଞ୍ଜନଗର ଅଗ୍ନିଶମ ଅଧିକାରୀ ଅନିଲ କୁମାର ମିଶ୍ରଙ୍କ ନେତୃତ୍ବରେ କର୍ମଚାରୀ ସେଯଠାରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ଫାଣ୍ଡି ଅଧିକାରୀ ଭାଗରଥୀ ନାୟକ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ମେଡିକାଲ ପଠାଇଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ ସୂଚନା ଦେଇଛନ୍ତି । ବାବୁଲା ଜଣେ ଜଣାଶୁଣା ରାଜମିସ୍ତ୍ରୀ ହୋଇଥିବାରୁ ସ୍ଥାନୀୟ ଇଲାକାରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ