ପୈତୃକ ସମ୍ପତ୍ତିକୁ ନେଇ ହଣାକଟା ;  ରକ୍ତରଞ୍ଜୀତ ହେଲା ଦିଗପହଣ୍ଡି ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟ

‌ଜ୍ୱାଇଁଙ୍କ ସମେତ ୨ ଭଉଣୀ ଗୁରୁତର

ଦିଗପହଣ୍ଡି, (‌ୱାଇଏନ୍‌ଏସ୍‌): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟ ପରିସରରେ ସୋମବାର ମଧ୍ୟାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରାଥମିକ ସୂଚନାନୁସାରେ  ସମ୍ପତ୍ତି କ୍ରୟ ବିକ୍ରୟ କୁ ନେଇ କିଛି ଦୁର୍ବୃତ୍ତ ଙ୍କ ଖଣ୍ଡା ଚୋଟ ରେ ୨ ମହିଳା ଙ୍କ ସମେତ ଜଣେ ବ୍ୟକ୍ତି ଗୁରୁତର ଆହାତ ହୋଇଛନ୍ତି। ସବ୍ ରେଜିଷ୍ଟର ଅଫିସ ଭିତରେ ପଶି ଏକାଧିକ ଦୁର୍ବୃତ୍ତ ଯୋଜନାବଦ୍ଧ ଭାବେ ଜଣେ ବ୍ୟକ୍ତି ଏବଂ ତାଙ୍କ ୨ ଭଉଣୀ ଙ୍କୁ ଖଣ୍ଡାରେ ହାଣି ଆଖି ପିଛୁଳାକେ ବାଇକ୍ ଯୋଗେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ଖଣ୍ଡା ଚୋଟ ରେ ଗୁରୁତର ଆହାତ ମାନେ ହେଲେ ପାଟପୁର ଥାନା ପୋଡାମାରୀ ବଜାର ସାହିର  ବି . ନାରାୟଣ ରାଓ (୬୪) , ସାନଖେମୁଣ୍ଡି ବ୍ଲକ ର ପୂର୍ବତନ ଉପାଧ୍ୟକ୍ଷା ବି . ଜ୍ୟୋତି (୫୮) ଏବଂ ତାଙ୍କ ଭଉଣୀ  ଏମ୍ . ସାରଦା (୬୫) । ପ୍ରାଥମିକ ତଦନ୍ତରୁ ଖବର ମିଳିପାରିଛି । ଦିଗପହଣ୍ଡି ଥାନା ଆଇ ଆଇ ସି ବସନ୍ତ କୁମାର ସେଠୀ ଙ୍କ ପ୍ରାଥମିକ ସୂଚନାନୁସାରେ , ସାନଖେମୁଣ୍ଡି ବ୍ଲକ ପୋଡାମାରୀ ଗ୍ରାମର ସ୍ବର୍ଗୀୟ ଜି . ମାକର୍ଣ୍ଡଙ୍କ ୨ ଝିଅ ସାରଦା ଓ ଜ୍ୟୋତି ରହିଥିବା ବେଳେ ନାରାୟଣ ହେଉଛନ୍ତି ଜ୍ୟୋତିଙ୍କ ସ୍ବାମୀ ଏବଂ ଘର ‌ଜ୍ୱାଇଁ । ଯେହେତୁ ସ୍ବର୍ଗତ ମାର୍କଣ୍ଡଙ୍କ ପିତାଙ୍କ ନାମରେ ୭ ଭରଣ ଜମି ରହିଥିବା ବେଳେ ମାର୍କଣ୍ଡଙ୍କ ସାନଭାଇ ଜି . ଲଚ୍ଛମନ ରାଓଙ୍କ ୨ ପୁଅ ଜି . ଶଙ୍କର ରାଓ ଓ ଜି . ମୋହନ ରାଓ ଉକ୍ତ ସମ୍ପତ୍ତି ରୁ ଭାଗ ପାଇବା ପାଇଁ ପୂର୍ବରୁ ୨ ଭଉଣୀ ସହ ପାଟିତୁଣ୍ଡ କରିଥିଲେ । ଯାହାଫଳରେ ସେମାନେ ଜମି ରେଜିଷ୍ଟ୍ରେସନ ପରେ ହିଁ କଥା ହେବା ପାଇଁ ସାରଦା ସେମାନଙ୍କୁ କହିଥିଲେ । ଏନେଇ ସୋମବାର  ମାର୍କଣ୍ଡଙ୍କ  ୨ ଝିଅ ଏବଂ ‌ଜ୍ୱାଇଁ ନାରାୟଣ ଜମି ବିକ୍ରୟ ପାଇଁ ଦିଗପହଣ୍ଡି ସବ ରେଜିଷ୍ଟ୍ରାର ଅଫିସ କୁ ଆସିଥିଲେ । ତେବେ ଭାର ପ୍ରାପ୍ତ  ସବ୍ ରେଜିଷ୍ଟର ତଥା ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରା   ଙ୍କ ଉପସ୍ଥିତିରେ ଜମି ରେଜିଷ୍ଟ୍ରେସନ ଚାଲିଥିବା ବେଳେ ହଠାତ ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ୨ ଜଣ ମୁଖା ପିନ୍ଧିଥିବା ଦୁର୍ବୃତ୍ତ ଅଫିସ ଭିତରେ ଧଶେଇ ପଶି ଧାରୁଆ ଖଣ୍ଡା ସାହାଯ୍ୟରେ ଜ୍ବାଇଁ ନାରାୟଣ ଙ୍କ ସମେତ ସ୍ତ୍ରୀ ଜ୍ୟୋତି ଏବଂ ଦେଢଶାଶୁ ସାରଦାଙ୍କୁ ସମସ୍ତଙ୍କ ସମ୍ମୁଖରେ ମରଣାନ୍ତକ ଆକ୍ରମଣ କରିବା ପରେ କିଛି ଦୂରରେ ଥିବା ଏକ ବାଇକ ଯୋଗେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପରେ କିଛି ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ । ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି । ପୋଲିସ ଟିମ୍ ଖବରପାଇ ସବ ରେଜିଷ୍ଟ୍ରାର ଅଫିସ ରେ ପହଞ୍ଚି ସରଜମିନ ତଦନ୍ତ କରି ଫେରିଥିବା ଜଣାପଡିଛି। ଘଟଣା ପରେ କିଛି ସମୟ ପାଇଁ ଅଫିସ  କର୍ମଚାରୀ ମାନେ ସମ୍ପୂର୍ଣ ଭୟଭୀତ ହୋଇପଡ଼ିବା ସହ କିଛି ନିର୍ଦ୍ଦିଷ୍ଟ କର୍ମଚାରୀ ସ୍ତବ୍ଧ ପାଲଟି ଯାଇଥିଲେ ।  ଏଭଳି ଘଟଣା ଦିଗପହଣ୍ଡି ସହର ରେ ପ୍ରଥମ ହୋଇଥିବାରୁ ଦିନସାରା ସବୁଠି ଚର୍ଚ୍ଚା ଲାଗିରହିଥିଲା। ଏନେଇ ଚିକିଟି ଏସ ଡି ପି ଓ ସୁରେନ୍ଦ୍ର ନାଥ ମୁର୍ମୁ ଙ୍କୁ ପଚାରିବାରୁ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରାଯାଇଛି। ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଜଣାଇଛନ୍ତି। ଆହତ ମାନଙ୍କ ସମ୍ପର୍କୀୟ ମାନେ ହିଁ ପୈତୃକ ସମ୍ପତ୍ତି ଭାଗ ବଣ୍ଟୁଆରା ଏବଂ ମାଲିକାନା ସତ୍ତ୍ଵ କୁ ନେଇ ଏଭଳି ଘଟଣା ଘଟାଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଥିଲେ ମଧ୍ୟ ଅଭିଯୁକ୍ତ ମାନେ ଧରାପଡ଼ିବା   ପରେ ହିଁ  ସମସ୍ତ ତଥ୍ୟ ଜଣାପଡ଼ିବ ବୋଲି ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ