ପୈାରନିର୍ବାହୀ ଅଧିକାରୀଙ୍କ ମାତୃ ବିୟୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ମା ତଥା ପ୍ରମୋଦ ବଳଙ୍କ ଧର୍ମପତ୍ନୀ ବନଜାକି ବଳଙ୍କର ୬୭ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଅସୁସ୍ଥ ଥାଇ କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସପିଟାଲରେ ଚିକିତ୍ସିତ ଥିଲେ । ଶନିବାର ରାତିରେ ତାଙ୍‌କର ବିୟୋଗ ହୋଇଯାଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ୨ଝିଅ ଏବଂ ଏକମାତ୍ର ପୁଅ ପୈାରନିର୍ବାହୀ ଅଧିକାରୀ ଶ୍ରୀ ବଳ ଉପସ୍ଥିତ ଥିଲେ । କେନ୍ଦ୍ରାପଡା ସହରର ହଜାରିବଗିଚାସ୍ଥିତ ଶ୍ମଶାନରେ ରବିବାର ଅପରାହ୍ନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କ ବିୟୋଗରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପୂର୍ବତନ ନଗରପାଳ ଧିରେନ ସାହୁ, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତି, ପୂର୍ବତନ କାଉନସିଲର ରଞ୍ଜିତ ସାହୁ, ହିରଣ୍ୟ ପଣ୍ଡା, ଶରତ ବେହୁରା,ମୁକ୍ତାର ଖାଁ, ମହେନ୍ଦ୍ର ମିଶ୍ର, ସାମ୍ବାଦିକ ଚିତ୍ତରଞ୍ଜନ ଦାସ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ