ପୈାରସଂସ୍ଥାର ବିଭିନ୍ନ କାର୍ଯ୍ୟ ସମୀକ୍ଷା କଲେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରସଂସ୍ଥାର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସୋମବାର ପୂର୍ବାହ୍ନରେ ସମୀକ୍ଷା କରିଛନ୍ତି କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା । ପୈାରସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ଶ୍ରୀ ବେହେରା ପୈାରାଚଂଳ ସଫେଇ, ସ୍ୱୟଂ ସହାୟିକା ଗୋଷ୍ଠିର କାର୍ଯ୍ୟକ୍ରମ, ଷ୍ଟ୍ରୀଟ ଭେଣ୍ଡର, ପୈାରସଂସ୍ଥା ଦ୍ୱାରା ନିର୍ମିତ ପାର୍କ, ଜଗିଂ ଟ୍ରାକ(ବାଇପାସ), କାର୍ଯ୍ୟକାରୀ ହେବାକୁ ଥିବା ନୂତନ ଉନ୍ନୟନ ପ୍ରକଳ୍ପ, ଗୋଷ୍ଠି ଏବଂ ସାଧାରଣ ପାଇଖିନା ଓ ପୈାରସଂସ୍ଥାର ୧୫୦ବର୍ଷ ପୁର୍ତ୍ତି ପାଳନ ପ୍ରଭୃତି ସମ୍ପର୍କରେ ସମୀକ୍ଷା କରିଥିଲେ । ବିଭିନ୍ନ ଜନକଲ୍ୟାଣକାରୀ ସରକାରୀ ଯୋଜନା ଓ ପ୍ରକଳ୍ପ ଗୁଡିକର ସଠିକ କାର୍ଯ୍ୟକାରିତା ଉପରେ ବିଧାୟକ ଶ୍ରୀ ବେହେରା ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟତଃ ପୈାରାଚଂଳର ବିଭିନ୍ନ ସ୍ଥାନରେ ଭୂବନେଶ୍ୱରର ଏକ ବେସରକାରୀ ସଂସ୍ଥା ଷ୍ଟ୍ରୀଟ ଲାଇଟ ଲଗାଇବାର ଦାୟୀତ୍ୱ ନେଇଥିବା ବେଳେ ଅନେକ ସ୍ଥାନରେ ଷ୍ଟ୍ରୀଟ ଲାଇଟ ଜଳୁନଥିବା ବିଧାୟକଙ୍କ ନିକଟରେ ଅଭିଯୋଗ ହୋଇଥିଲା । ସେ ସମ୍ପର୍କରେ ଆଗାମୀ ଦିନରେ ଯେପରି ଅବ୍ୟବସ୍ଥା ସୃଷ୍ଟି ନହୁଏ ସେଥିପ୍ରତି ଉଚିତ ଧ୍ୟାନଦେବାକୁ ବିଧାୟକ ପରାମର୍ଶ ଦେଇଥିଲେ । ଅଥର୍ବ ହୋଇପଡିଥିବା ଏହି ପୈାରସଂସ୍ଥାଟି ବିଧାୟକ ଶ୍ରୀ ବେହେରାଙ୍କ ସମୀକ୍ଷା ପରେ ସଠିକ ଢଙ୍ଗରେ ଚାଲିବ ବୋଲି ଆଶା କରାଯାଉଛି । ଏହି ସମୀକ୍ଷା ବୈଠକରେ ଉପ ଜିଲ୍ଲାପାଳ ତଥା ପୈାର ପ୍ରଶାସକ ଜ୍ୟୋତିଶଙ୍କର ମହାପାତ୍ର, ପୈାର ନିର୍ବାହୀ ଅଧିକାରୀ ତଥା ଭାରତୀୟ ପ୍ରଶାସନିକ ସେବାର ପ୍ରଶିକ୍ଷାର୍ଥୀ ଅକ୍ଷୟ ସୁନିଲ ଅଗ୍ରୱାଲ, ସହକାରୀ ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ସମେତ ପୈାରସଂସ୍ଥାର ସମସ୍ତ ଯନ୍ତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।