ପୈାରସଂସ୍ଥା ପକ୍ଷରୁ ପଲିଥିନ୍ ଓ ପ୍ଲାଷ୍ଟିକ୍ ସଂଗ୍ରହ କାରିଙ୍କୁ ଲଟେରୀ ଦ୍ୱାରା ପୁରସ୍କୃତ
କେନ୍ଦ୍ରାପଡା – କେନ୍ଦ୍ରାପଡା ସହରକୁ ପଲିଥିନ୍ ମୁକ୍ତ କରାଯିବା ପାଇଁ ପୈାରସଂସ୍ଥା ପକ୍ଷରୁ ପ୍ଲାଷ୍ଟିକ୍ ଓ ପଲିଥିନ୍ ବର୍ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୈାରସଂସ୍ଥା ପକ୍ଷରୁ ପଲିଥିନ୍ ଓ ପ୍ଲାଷ୍ଟିକ ସଂଗ୍ରହ କରାଯିବାର ବ୍ୟବସ୍ଥା କରାଯାଇଥିଲା । ଏଥି ନିମନ୍ତେ ଯେ କୈାଣସି ବ୍ୟକ୍ତି ୩୦୦ ଗ୍ରାମ୍ ଓଜନର ପଲିଥିନ୍ ଓ ପ୍ଲାଷ୍ଟିକ୍ ସଂଗ୍ରହ କରି ପୈାରସଂସ୍ଥା ନିକଟରେ ଜିମା ଦେଲେ ତାଙ୍କୁ ଏକ ଲଟେରୀ ଉଠାଣ କରାଯାଇ ପୁରସ୍କୃତ କରାଯିବାର ଘୋଷଣା କରାଯାଇଥିଲା । ତେଣୁ ଶହ ଶହ ସଂଖ୍ୟାରେ ପୈାରସଂସ୍ଥାର ବିଭିନ୍ନ ଫ୍ୱାର୍ଡରୁ ଲୋକମାନେ ପଲିଥିନ୍ ଓ ପ୍ଲାଷ୍ଟିକ ସଂଗ୍ରହ କରି ପୈାରସଂସ୍ଥାରେ ଜମାଦେଇ ଏକ କୁପନ ଗ୍ରହଣ କରି ତାକୁ ଏକ ନିବୁଜ ବାକ୍ସରେ ପକାଇଥିଲେ । ଗୁରୁବାର ଏହି ଉପଲକ୍ଷେ ପୈାରସଂସ୍ଥାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସେହିସବୁ କୁପନ ମଧ୍ୟରୁ କୁନି କୁନି ପିଲାଙ୍କ ଦ୍ୱାରା ଲଟେରୀ ଉଠାଯାଇଥିଲା । ଏଥିରେ ପ୍ରଥମ ହୋଇଥିବା ଦିପ୍ତିମୟୀ ଦାସ , ଦି୍ୱତୀୟ ହୋଇଥିବା ସକିଲା ଓ ତୃତୀୟ ହୋଇଥିବା ପୁଷ୍ପଲତା ସାହୁଙ୍କୁ ପୈାରସଂସ୍ଥା ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ଯଥାକ୍ରମେ ମିକ୍ସଚର ଗ୍ରାଇଣ୍ଡର,ୱାଟର ଫିଲଟର ଓ ପ୍ରେସର କୁକର ପ୍ରଦାନକରି ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୈାର ସଂସ୍ଥାର କର୍ମଚାରୀ ବିଜୟ କୁମାର ମିଶ୍ର, ଭୁବନମୋହନ କାନୁନ୍ଗୋ, ଗଣେଶ କୁମାର ପାତ୍ର, ଅଶୋକ କୁମାର ସାହୁ, ତୃପ୍ତିମୟୀ ସେନାପତି, ସୁସ୍ମିତା ଜେନା, ମନୋରଞ୍ଜନ ଦାସ, ତପସ୍ୱିନୀ ଦାସ, ପ୍ରଶାନ୍ତ ନାୟକଙ୍କ ସମେତ ପୈାରାଚଂଳ ଅନ୍ତର୍ଗତ ସମସ୍ତ ୱାର୍ଡର ବିଜୁ ଯୁବବାହିନୀର କର୍ମକର୍ତ୍ତା ଓ ସଭ୍ୟ/ସଭ୍ୟାମାନେ ଉପସ୍ଥିତଥିଲେ ।