ପୈାରସଂସ୍ଥା ପକ୍ଷରୁ ସହରର ବିଭିନ୍ନ ଛକରେ ଜୀବାଣୁନିରୋଧ ଔଷଧ ସିଚଂନ କରାଗଲା
କେନ୍ଦ୍ରାପଡା : ପୈାରସଂସ୍ଥା ପକ୍ଷରୁ ଅଗ୍ନିଶମ ବିଭାଗ ସହଯୋଗରେ ସହରର ଜନସାଧାରଣ ଚଳପ୍ରଚଳ ହେଉଥିବା ବିଭିନ୍ନ ସ୍ଥାନ ଓ ଛକ ଗୁଡିକରେ ସାନିଟାଇଜ୍ କରାଯାଇ ଡିସଇନଫେକ୍ଟ କରାଯାଇଥିବା ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ସୂଚନା ଦେଇଛନ୍ତି । ସହରର ପୁରୁଣା ବସଷ୍ଟାଣ୍ଡ,ନୂଆ ବସଷ୍ଟାଣ୍ଡ, ସାନ୍ତସାହି, ଡାକ୍ତରଖାନାଛକ, ତିନିମୁହାଣି ଛକ ସମେତ ବିଭିନ୍ନ ଛକ ସ୍ଥାନ ଗୁଡିକରେ କ୍ଲୋରିନ ଓ ବ୍ଲିଚିଂ ସ୍ପ୍ରେ କରାଯାଇ ସେହିସବୁ ସ୍ଥାନକୁ ଜୀବାଣୁ ମୁକ୍ତ କରାଯାଉଥିବା ପୈାରନିର୍ବାହୀ ଅଧିକାରୀ ଶ୍ରୀ ବଳ କହିଛନ୍ତି । ଫଳରେ ସେହିସବୁ ସ୍ଥାନରେ ଚଳପ୍ରଚଳ କଲେ ସଂକ୍ରମଣର ଶିକାର ହେବା ଆଶଙ୍କା ରହିବ ନାହିଁ ।