ପୈାରସଂସ୍ଥା ପକ୍ଷରୁ ୨ୟ ପର୍ଯ୍ୟାୟ ରୂପାନ୍ତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

କେନ୍ଦ୍ରାପଡା : ପୈାରସଂସ୍ଥା ପକ୍ଷରୁ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡରେ ୨ୟ ପର୍ଯ୍ୟାୟ “ରୂପାନ୍ତରଣ” କାର୍ଯ୍ୟକ୍ରମ ରବିବାର ସକାଳ ୮ଟା ସମୟରେ ଅନୁଷ୍ଠିତ ହୋଇଯାଇଛି । ୫-ଟି ମିଶନର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭାବରେ କେନ୍ଦ୍ରାପଡା ପୈାରାଚଂଳକୁ ସ୍ୱଛ ଓ ସୁସ୍ଥ ରଖିବା ଉଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ନିର୍ଦେଶରେ ପୈାରାଚଂଳରେ ପ୍ରତ୍ୟେକ ରବିବାର ସକାଳ ୭ଟାରେ କରାଯିବାକୁ ସ୍ଥିର କରାଯାଇଛି । ଏହି ଉପଲକ୍ଷେ ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ନେତୃତ୍ୱରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ପୈାରସଂସ୍ଥାର କର୍ମଚାରୀ ମାନେ ପୁରୁଣାବସଷ୍ଟାଣ୍ଡ ଠାରୁ ଅଦାଲତ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱକୁ ଝାଡୁଧରି ଅଳିଆ ଆବର୍ଜ୍ଜନାକୁ ଓଳାଇ ସଫା କରିବା ସହିତ ସହରକୁ ସ୍ୱଛ ଓ ନିର୍ମଳ ରଖିବାକୁ ଏକ ସଚେତନତା ବାର୍ତ୍ତା ଦେଇଥିଲେ । ଏହି ଅବସରରେ ପୈାରସଂସ୍ଥା ପକ୍ଷରୁ ଖୋଲାଯାଇଥିବା ଷ୍ଟଲରେ ପ୍ଲାଷ୍ଟିକ ଓ ପଲିଥିନ ଆବର୍ଜ୍ଜନାକୁ ଜମାଦେଇଥିବା ବ୍ୟକ୍ତିବିଶେଷ ମାନଙ୍କୁ ପୈାରନିର୍ବାହୀ ଅଧିକାରୀ ଶ୍ରୀ ବଳ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୈାରସଂସ୍ଥାର କର୍ମଚାରୀ ମନୋରଞ୍ଜନ ମହାନ୍ତି, ସଞ୍ଜୀବ ମହାନ୍ତି, ପ୍ରସାନ୍ତ କୁମାର ନାୟକ, ଭୂବନମୋହନ କାନୁନଗୋ, ଅଶୋକ କୁମାର ସାହୁ, ଗଣେଶ କୁମାର ପାତ୍ର, ତପସ୍ୱିନୀ ଦାସ, ବନମାଳି ସାହୁଙ୍କ ସମେତ ବିଭିନ୍ନ ୱାର୍ଡର ସ୍ୱେଛାସେବୀ, ବିଜୁ ଯୁବ ବାହିନୀର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇ ସଫେଇ କାର୍ଯ୍ୟ କରିଥିଲେ । ଏହି ଅବସରରେ ପୈାରାଚଂଳର ଜନସାଧାରଣଙ୍କୁ ସଚେତନ କରାଇବା ଉଦେଶ୍ୟରେ ସହରର ବିଭିନ୍ନ ଛକ ସ୍ଥାନରେ ପାଲା ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ