ପୈାରସଂସ୍ଥା ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ଓଡିଶୋ ମୈାଜାରେ ଏକ ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ନିମନ୍ତେ ସ୍ୱାୟତ ଶ।।ସନ ଦିବସ ପାଳନ ଅବସରରେ ଶିଳାନ୍ୟାସ କରାଯାଇଥିଲା । ସେହି ପ୍ଲାଣ୍ଟନିର୍ମାଣକୁ ବିରୋଧ କରି ମୀରପାଟଣା, ଗୈାଡଗୋପ, ଓଡିଶୋ ଏବଂ ମେହେମୁଦାବାଦ ଗ୍ରାମବାସୀଙ୍କ ପକ୍ଷରୁ ଶୁକ୍ରବାର ପୈାରସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଦାବିପତ୍ର ପ୍ରଦାନ କରାଯାଇଛି । ସେଠାରେ ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ହେଲେ ଗ୍ରାମବାସୀଙ୍କ ଅଶେଷ କ୍ଷତିସାଧନ ହେବା ସହିତ ଜୀବନଜୀବିକା ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ପୈାରାଞ୍ଚଳର ୱାର୍ଡ ନମ୍ବର ୭ ଅଧିନରେ ଗୈାଡଗୋପ, ମୀରପାଟଣା,ଓଡିଶୋ ଏବଂ ମେହେମୁଦାବାଦ ପ୍ରଭୃତି ଗ୍ରାମ ଗୁଡିକ ରହିଛି । ସେହି ୱାର୍ଡ ଦେଇ ଯାଇଥିବା ରେଳଷ୍ଟେସନ ଓ ଗୋବରୀ କେନାଲକୁ ସଂଯୋଗ କରୁଥିବା ପାଟନାଳି ସଂଲଗ୍ନ ଓଡିଶୋ ମୈାଜାରେ ଥିବା ଏକ ଗୋଚର ଜମି ଡ୍ରେନେଜ ନିମନ୍ତେ ବ୍ୟବହାର ହୋଇଆସୁଛି । ସେହି ଜମି ଦେଇ ବର୍ଷାଜଳ, ଗୃହର ଆବର୍ଜ୍ଜନା ଏବଂ ନଳାର ଜଳ ପ୍ରଭୃତି ନିଷ୍କାସିତ ହୋଇଥାଏ । କିନ୍ତୁ ସେହି ଜମି ଉପରେ ପୈାରସଂସ୍ଥା ପକ୍ଷରୁ ଏକ ମାଇକ୍ରୋ କମ୍ପୋଜିଟିଂ ସେଣ୍ଟର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏବେ ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ପାଇଁ ଶୁଭ ଦିଆଯାଇଛି । ପୂର୍ବରୁ ମାଇକ୍ରୋ କମ୍ପୋଜିଟିଂ ସେଣ୍ଟର ନିର୍ମାଣ କାର୍ଯ୍ୟ ନେଇଥିବା ଠିକାଦାର ପାଟନାଳିକୁ ବାଲିରେ ପୋତି ଅବରୋଧ କରିଥିବାରୁ ସ୍ଥାନୀୟ ବାସିନ୍ଦା ସମସ୍ୟା ଦେଇ ଗତି କରୁଛନ୍ତି । ଏଥିପାଇଁ ସେହି ଅଞ୍ଚଳର ପରିବେଶ ପ୍ରଭାବିତ ହେବା ସହ ଅଞ୍ଚଳବାସୀଙ୍କ ଗତାଗତ ଓ ଜଳ ନିଷ୍କାସନରେ ବାଧା ଉପୁଜିଛି । ସେହି ପ୍ରକଳ୍ପ ନିକଟରେ ଏକାଧିକ ଶିକ୍ଷାନୁଷ୍ଠାନ,ଧର୍ମାନୁଷ୍ଠାନ ରହିଥିବା ବେଳେ ବହୁ ପରିବାର ବସବାସ କରୁଛନ୍ତି । ଯଦି ପ୍ରକଳ୍ପ କାର୍ଯ୍ୟ ବନ୍ଦ କରାନଯାଏ ତେବେ ସ୍ଥାନୀୟ ଅଞ୍ଚଳରେ ହଜାର ହଜାର ଲୋକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭୋଗ କରିବେ ବୋଲି ଅଭିଯୋଗ ହୋଇଛି । ତେଣୁ ସେହି ଅଞ୍ଚଳବାସୀଙ୍କ ପକ୍ଷରୁ ସେକ ସଲାଉଦ୍ଦିନ, ମୀର ମହମ୍ମଦ ଅମୀର, ସେକ ଅବରାର ଆଲାମ, ସରୋଜ କୁମାର ସାହୁ, ମହମ୍ମଦ ଆଦିଲ, ସାଜିଦ ଖାନ, ସମସେର ଖାନ, ସେକ ଅଜମଜୁଲହା, ଲାଲା ଖାନ, ଅଜୟ ସ୍ୱାଇଁ, ଶିକ୍ଷକ ସୋଏବ ଅହେମଦ, ରମେଶ ଚନ୍ଦ୍ର ମାଝି, ପ୍ରକାଶ ସାହୁ, କୃଷ୍ଣ ଚନ୍ଦ୍ର ବେହେରା, ମୀର ମହମ୍ମଦ ଜାବିର, ସେକ ସଫିକ ପ୍ରମୁଖ ପୈାରସଂସ୍ଥା କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଦାବିପତ୍ର ପ୍ରଦାନ କରିଥିଲେ । ଯଦି ଏହି ପ୍ଲାଣ୍ଟକୁ ବନ୍ଦ କରାନଯାଏ ତେବେ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବେ ବୋଲି କହିଛନ୍ତି ।