ପୈାର ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ପୈାର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଆଜି ତାରିଖ ଘୋଷଣା କରିଛନ୍ତି । ସେହି ଅନୁଯାଇ କେନ୍ଦ୍ରାପଡା ପୈାରପାଳିକା ପକ୍ଷରୁ ଚୂଡାନ୍ତ ଭୋଟର ତାଲିକା ଗୁରୁବାର ପ୍ରକାଶ ପାଇଛି । କେନ୍ଦ୍ରାପଡା ପୈାରପାଳିକା ମୋଟ ୨୧ଟି ୱାର୍ଡର ୩୬ହଜାର ୫୪୮ ମତଦାତା ଆସନ୍ତା ପୈାର ନିର୍ବାଚନରେ ୨୧ ଜଣ କାଉନସିଲରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ପୈାରସଂସ୍ଥାର ୧ନମ୍ବର ୱାର୍ଡର ଇଛାପୁର ପ୍ରାଥମିକ ସ୍କୁଲରେ ହୋଇଥିବା ୧ନମ୍ବର ବୁଥରେ ଇଛାପୁର ଓ ମଧ୍ୟଖଣ୍ଡି(ଆଂଶିକ)ଗ୍ରାମର ୮୯୦ ଭୋଟର ଏବଂ ସେହି ସ୍କୁଲରେ ହୋଇଥିବା ୨ନମ୍ବର ବୁଥରେ ୮୮୭ ଭୋଟର ମତଦାନ କରିବେ । ୨ନମ୍ବର ୱାର୍ଡର ବଡବାରଙ୍ଗ ପ୍ରାଥମିକ ସ୍କୁଲରେ ହୋଇଥିବା ୩ନମ୍ବର ବୁଥରେ ବଡବାରଙ୍ଗ, କମାରଖଣ୍ଡି, ସାରଙ୍ଗ, ମଧ୍ୟଖଣ୍ଡି(ଆଂଶିକ), ରାଜାସାହି ଗ୍ରାମର ୯୦୮ ଭୋଟର ଓ ସେହି ସ୍କୁଲରେ ହୋଇଥିବା ୪ନମ୍ବର ବୁଥରେ ୯୦୭ ଭୋଟର ମତଦାନ କରିବେ । ୩ନମ୍ବର ୱାର୍ଡର ତଳବାରଙ୍ଗ ପ୍ରକଳ୍ପ ଉନ୍ନିତ ଉଚ୍ଚ ପ୍ରାଥମିକ ସ୍କୁଲରେ ହୋଇଥିବା ୫ନମ୍ବର ବୁଥରେ ତଳବାରଙ୍ଗ, ବଡବାରଙ୍ଗ(ଆଂଶିକ), ବଳରାମପୁର(ଆଂଶିକ), ଚକଡାବାରଙ୍ଗ, ଚକଡା(ଆଂଶିକ), ଈଶ୍ୱରପୁର(ଆଂଶିକ) ଗ୍ରାମର ୯୬୯ ଭୋଟର ଓ ସେହି ସ୍କୁଲରେ ହୋଇଥିବା ୬ନମ୍ବର ବୁଥରେ ୯୭୦ ଭୋଟର ମତଦାନ କରିବେ । ୪ନମ୍ବର ୱାର୍ଡର ଅଯୋଦ୍ଧାନଗର ପ୍ରାଥମିକ ସ୍କୁଲରେ ହୋଇଥିବା ୭ନମ୍ବର ବୁଥରେ ଅଯୋଦ୍ଧାନଗର, ବଳରାମପୁର(ଆଂଶିକ), ଭଗବାନପୁର(ଆଂଶିକ), ଚକଡା(ଆଂଶିକ), ଈଶ୍ୱରପୁର(ଆଂଶିକ) ଗ୍ରାମର ୮୬୫ ଭୋଟର ଓ ସେହି ସ୍କୁଲରେ ହୋଇଥିବା ୮ନମ୍ବର ବୁଥରେ ୮୬୫ ଭୋଟର ମତଦାନ କରିବେ । ୫ନମ୍ବର ୱାର୍ଡର ଗୋପ ପ୍ରାଥମିକ ସ୍କୁଲରେ ହୋଇଥିବା ୯ନମ୍ବର ବୁଥରେ ଗୋପ, ଭଗବାନପୁର(ଆଂଶିକ), କେଶପୁର(ଆଂଶିକ), ଈଶ୍ୱରପୁର(ଆଂଶିକ)ଗ୍ରାମର ୮୬୦ ଓ ସେହି ସ୍କୁଲରେ ହୋଇଥିବା ୧୦ନମ୍ବର ବୁଥରେ ୮୬୧ ଭୋଟର ମତଦାନ କରିବେ । ୬ନମ୍ବର ୱାର୍ଡର ବଳଦେବ ହାଇସ୍କୁଲରେ ହୋଇଥିବା ୧୧ନମ୍ବର ବୁଥରେ ନସଡିପୁର, ଭଗେଶ୍ୱରପୁର, କେଶପୁର(ଆଂଶିକ), ଗୈାଡଗୋପ(ଆଂଶିକ), ଈଶ୍ୱରପୁର(ଆଂଶିକ) ଗ୍ରାମର ୮୫୦ ଭୋଟର ଓ ସେହି ସ୍କୁଲରେ ହୋଇଥିବା ୧୨ନମ୍ବର ବୁଥରେ ୮୫୧ ଭୋଟର ମତଦାନ କରିବେ । ୭ନମ୍ବର ୱାର୍ଡର ମିରପାଟଣା ପ୍ରାଥମିକ ସ୍କୁଲରେ ହୋଇଥରବା ୧୩ନମ୍ବର ବୁଥରେ ମିରପାଟଣା ଓ ଗୈାଡଗୋପ(ଆଂଶିକ) ଗ୍ରାମର ୭୩୦ ଭୋଟର ଓ ସେହି ସ୍କୁଲରେ ହୋଇଥିବା ୧୪ନମ୍ବର ବୁଥରେ ୭୨୯ ଭୋଟର ମତଦାନ କରିବେ । ୮ନମ୍ବର ୱାର୍ଡର ମନକରପୁର ପ୍ରାଥମିକ ସ୍କୁଲରେ ହୋଇଥିବା ୧୫ନମ୍ବର ବୁଥରେ ମନକରପୁର(ଆଂଶିକ), ସୁନାଇଲୋ, ଏକଣାଖଣ୍ଡି, ସାନ୍ତସାହି(ଆଂଶିକ) ଗ୍ରାମର ୯୫୫ ଭୋଟର ଓ ସେହି ସ୍କୁଲରେ ହୋଇଥିବା ୧୬ନମ୍ବର ବୁଥରେ ୯୫୫ ଭୋଟର ମତଦାନ କରିବେ । ୯ନମ୍ବର ୱାର୍ଡର ବୁଢିବିଳାଶୁଣି ଉଚ୍ଚ ପ୍ରାଥମିକ ସ୍କୁଲରେ ହୋଇଥିବା ୧୭ନମ୍ବର ବୁଥରେ ମନକରପୁର(ଆଂଶିକ), ସାନ୍ତସାହି(ଆଂଶିକ), ମାଧପୁର(ଆଂଶିକ) ଗ୍ରାମର ୧୧୫୫ ଭୋଟର ମତଦାନ କରିବେ । ୧୦ନମ୍ବର ୱାର୍ଡର ମଢିଆଳ ପ୍ରାଥମିକ ସ୍କୁଲରେ ହୋଇଥିବା ୧୮ନମ୍ବର ବୁଥରେ ମାଧପୁର(ଆଂଶିକ), ମଢିଆଳ(ଆଂଶିକ) ଗ୍ରାମର ୮୮୦ ଭୋଟର ଓ ସେହି ସ୍କୁଲରେ ହୋଇଥିବା ୧୯ନମ୍ବର ବୁଥରେ ୮୭୮ ଭୋଟର ମତଦାନ କରିବେ । ୧୧ନମ୍ବର ୱାର୍ଡର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ହୋଇଥିବା ୨୦ନମ୍ବର ବୁଥରେ ଖଡିଅଙ୍ଗ(ଆଂଶିକ), ମଢିଆଳ(ଆଂଶିକ)ଜୟିପୁରା(ଆଂଶିକ) ଗ୍ରାମର ୯୪୦ ଭୋଟର ଓ ସେହି ସ୍କୁଲରେ ହୋଇଥିବା ୨୧ନମ୍ବର ବୁଥରେ ୯୪୦ ଭୋଟର ମତଦାନ କରିବେ । ୧୨ନମ୍ବର ୱାର୍ଡର କେନ୍ଦ୍ରାପଡା ସରକାରୀ ହାଇସ୍କୁଲରେ ହୋଇଥିବା ୨୨ନମ୍ବର ବୁଥରେ ଜୟିପୁରା(ଆଂଶିକ), ହଜାରିବଗିଚା ଗ୍ରାମର ୯୭୫ ଭୋଟର ଏବଂ ସେହି ସ୍କୁଲରେ ହୋଇଥିବା ୨୩ନମ୍ବର ବୁଥରେ ୯୭୫ ଭୋଟର ମତଦାନ କରିବେ । ୧୩ନମ୍ବର ୱାର୍ଡର ପୈାରସଂସ୍ଥା ଯାତ୍ରୀନିବାସରେ ହୋଇଥିବା ୨୪ନମ୍ବର ବୁଥରେ ରଣପଡା, ଚଉଁରୀବରହମପୁର, ପୋଷ୍ଟଅଫିସଲେନ(ଆଂଶିକ) ଗ୍ରାମର ୧୦୫୦ ଭୋଟର ଓ ସେହି ଠାରେ ହୋଇଥିବା ୨୫ନମ୍ବର ବୁଥରେ ୧୦୫୫ ଭୋଟର ମତଦାନ କରିବେ । ୧୪ନମ୍ବର ୱାର୍ଡର ପୈାରସଂସ୍ଥା ଉର୍ଦ୍ଦୁ ପାଠାଗାରରେ ହୋଇଥିବା ୨୬ନମ୍ବର ବୁଥରେ ପୋଷ୍ଟ ଅଫିସ ଲେନ(ଆଂଶିକ) ଏବଂ ବଡହାଟ(ଆଂଶିକ) ଗ୍ରାମର ୮୧୦ ଭୋଟର ଓ ସେହିଠାରେ ହୋଇଥରବା ୨୭ନମ୍ବର ବୁଥରେ ୮୦୯ ଭୋଟର ମତଦାନ କରିବେ । ୧୫ନମ୍ବର ୱାର୍ଡର ଦିଲାରପୁର ପ୍ରାଥମିକ ସ୍କୁଲରେ ହୋଇଥିବା ୨୮ନମ୍ବର ବୁଥରେ ଦିଲାରପୁର, ଇମାମବାଡା(ଆଂଶିକ), ମଧୁକରପୁର ଗ୍ରାମର ୮୮୬ ଭୋଟର ଓ ସେହି ସ୍କୁଲରେ ହୋଇଥିବା ୨୯ନମ୍ବର ବୁଥରେ ୮୮୭ ଭୋଟର ମତଦାନ କରିବେ । ୧୬ନମ୍ବର ୱାର୍ଡର ଫକିରାବାଦ ଉର୍ଦ୍ଦୁ ଉଚ୍ଚ ପ୍ରାଥମିକ ସ୍କୁଲରେ ହୋଇଥିବା ୩୦ନମ୍ବର ବୁଥରେ ଫକିରାବାଦ ଓ ବଡହାଟ(ଆଂଶିକ) ଗ୍ରାମର ୯୯୨ ଭୋଟର ଏବଂ ସେହି ସ୍କୁଲରେ ହୋଇଥିବା ୩୧ନମ୍ବର ବୁଥରେ ୯୯୩ ଭୋଟର ମତଦାନ କରିବେ । ୧୭ନମ୍ବର ୱାର୍ଡର ବଡହାଟ ପ୍ରାଥମିକ ସ୍କୁଲରେ ହୋଇଥିବା ୩୨ନମ୍ବର ବୁଥରେ ବଡହାଟ(ଆଂଶିକ), ବଟପୁର ଗ୍ରାମର ୮୫୪ ଭୋଟର ଓ ସେହି ସ୍କୁଲରେ ହୋଇଥିବା ୩୩ନମ୍ବର ବୁଥରେ ୮୫୨ ଭୋଟର ମତଦାନ କରିବେ । ୧୮ନମ୍ବର ୱାର୍ଡର କାକଟ ଉଚ୍ଚ ପ୍ରାଥମିକ ସ୍କୁଲରେ ହୋଇଥିବା ୩୪ ନମ୍ବର ବୁଥରେ କାକଟ(ଆଂଶିକ), ଇଦଗାମହଲା ଗ୍ରାମର ୮୩୭ ଭୋଟର ଓ ସେହି ସ୍କୁଲରେ ହୋଇଥିବା ୩୫ନମ୍ବର ବୁଥରେ ୮୩୭ ଭୋଟର ମତଦାନ କରିବେ । ୧୯ନମ୍ବର ୱାର୍ଡର ଜେନାପାଟଣା ପ୍ରାଥମିକ ସ୍କୁଲରେ ହୋଇଥିବା ୩୭ନମ୍ବର ବୁଥରେ ବଣିଆମାଳ(ଆଂଶିକ), ଚାଟରାପାଟଣା, କାକଟ(ଆଂଶିକ) ଗ୍ରାମର ୮୮୦ ଭୋଟର ଓ ୨୦ନମ୍ବର ୱାର୍ଡର ମହିପାଳ ପ୍ରାଥମିକ ସ୍କୁଲରେ ହୋଇଥିବା ୩୮ନମ୍ବର ବୁଥରେ ମହିପାଳ, ବଣିଆମାଳ(ଆଂଶିକ)କଜଳା(ଆଂଶିକ) ଗ୍ରାମର ୮୦୦ ଭୋଟର, ସେହି ସ୍କୁଲରେ ହୋଇଥିବା ୩୯ନମ୍ବର ବୁଥରେ ୮୦୨ ଭୋଟର ମତଦାନ କରିବେ । ସେହିଭଳି ୨୧ନମ୍ବର ୱାର୍ଡର ଭାରତୀ ବିଦ୍ୟା ମନ୍ଦିରରେ ହୋଇଥିବା ୪୦ନମ୍ବର ବୁଥରେ କଜଳା(ଆଂଶିକ), ମହିପାଳ, ତିନିପଡା, ଭ୍ରମରଦିଆପାଟଣା(ଆଂଶିକ), ଗୁଆଳସିଂ(ଆଂଶିକ) ଗ୍ରାମର ୭୬୫ ଭୋଟର ଏବଂ ସେହି ବିଦ୍ୟାମନ୍ଦିରରେ ହୋଇଥିବା ୪୧ନମ୍ବର ବୁଥରେ କଜଳା(ଆଂଶିକ), ମହିପାଳ, ତିନିପଡା, ଭ୍ରମରଦିଆପାଟଣା(ଆଂଶିକ), ଗୁଆଳସିଂ(ଆଂଶିକ), ତିନିମୁହାଣି, ରାମମନ୍ଦିର ଲେନର ୭୬୬ଭୋଟର ମତଦାନ କରିବେ ବୋଲି ସୂଚନା ମିଳିଛି ।