ପୈାର ନିର୍ବାଚନ ସକାଶେ : ଭାରତୀୟ ଜନତା ପାର୍ଟି ପକ୍ଷରୁ ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ

ଛତ୍ରପୁର, (ଦେବଦତ୍ତ ମହାରଣା) :ପୌର ନିର୍ବାଚନ ନିମନ୍ତେ ଦିନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳର ପ୍ରାର୍ଥୀ ମାନେ ନିଜ ନିର୍ବାଚନ ପ୍ରଚାରକୁ ଜୋରଦାର କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଏନଏସିରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି । ଭାରତୀୟ ଜନତା ପାର୍ଟି ପକ୍ଷରୁ ଏନଏସି ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରାଯାଇଛି । ସ୍ଥାନୀୟ ନିର୍ବାଚନୀ କାର୍ଯ୍ୟାଳୟ ପରିସରରେ ଭାରତୀୟ ଜନତା ପାର୍ଟୀର ଅଧ୍ୟକ୍ଷା ପ୍ରାର୍ଥିନୀ ଶର୍ମିଷ୍ଠା ପ୍ରଧାନଙ୍କ ସମେତ ସମସ୍ତ ପ୍ରାର୍ଥୀ, ପ୍ରାର୍ଥିନୀ ଓ ଛାମୁଆ ନେତା ମାନେ ଉପସ୍ଥିତ ରହି ଚଳିତ ନିର୍ବାଚନରେ ଦଳିୟ ପ୍ରାର୍ଥୀ ମାନଙ୍କୁ ବିଜୟୀ କଲେ ସହରରେ ଥିବା ମୁଖ୍ୟତଃ ୨୧ ଟି ସମସ୍ୟାର ସମାଧାନ କରାଯିବ ବୋଲି ଏହି ଇସ୍ତାହାର ମାଧ୍ୟମରେ ସୁଚନା ଦେଇଛନ୍ତି । ଛତ୍ରପୁର ଏନଏସିକୁ ତୁରନ୍ତ ମୁନିଷିପାଲଟି ଘୋଷଣା କରିବା ପାଇଁ ଉଦ୍ୟମ କରିବା ସହିତ ବାସଗୃହ ପାନୁ କୁ ଛାଡ କରିବା, ସ୍ଥାନୀୟ ଲୋଏର ବସଷ୍ଟାଣ୍ଡକୁ ସମସ୍ତ ଯାତ୍ରୀବାହୀ ବସ ଆଣିବାର ବ୍ୟବସ୍ଥା କରିବା, ସମସ୍ତ ୱାର୍ଡରେ ଆଲୋକୀକରଣ ବ୍ୟବସ୍ଥା କରାଯିବ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ହିତାଧିକାରୀଙ୍କୁ ସାମିଲ କରାଯିବ, ଦୀର୍ଘ ଦିନ ଧରି ରହି ଆସୁଥିବା ବସ୍ତି ବାସିନ୍ଦାଙ୍କୁ ଘରପଟ୍ଟା ଯୋଗାଇ ଦିଆଯିବ, କ୍ଷୁଦ୍ର ଓ ଉଠା ପନିପରିବା ବ୍ୟବସାୟୀଙ୍କ ପାଇଁ ଭେଣ୍ଡିଂ ଜୋନ୍ ବ୍ୟବସ୍ଥା କରିବା ସମେତ ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିବେ ବୋଲି ଦଳ ପକ୍ଷରୁ ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି । ଏହି ଇସ୍ତାହାର ଉନ୍ମୋଚନ ବେଳେ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର, ଛତ୍ରପୁର ମଣ୍ଡଳ ସଭାପତି ସଞ୍ଜିତ ରାଉଳ, ବରିଷ୍ଠ ଆଇନଜିବୀ ପ୍ରଦୀପ କୁମାର ପାଢୀ, ଲକ୍ଷ୍ମୀ ନାରାୟଣ ପଣ୍ଡା, ପଦ୍ମ ଚରଣ ସାହୁ, ଯୁବ ନେତା କ. ଚନ୍ଦ୍ର ଶେଖର ରେଡ୍ଡି, ଏନ୍‌. ଦୀନବନ୍ଧୁ ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ