ପୈାର ପରିଷଦ ପାରଳାଖେମୁଣ୍ଡି

ଆସନ୍ତା ତା.୩୧/୦୮/୨୦୧୯ ରିଖ ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ଅବସରରେ ପାରଳା ପୈାରାଞ୍ଚଳର ସମସ୍ତ ଆଦିବାସୀମାନଙ୍କୁ ପୈାରପରଷଦ ପରିବାର ତରଫରୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛୁ । ପାରଳା ସହର ବାସିନ୍ଦାଙ୍କ ସର୍ବାଧିକ ମୈାଳିକ ସୁଯୋଗ ଯୋଗାଇଦେବା ସହିତ ବହୁବିଧି ଉନ୍ନୟନ ମୁଳକ କାର୍ଯ୍ୟକ୍ରମ ଗୁଡିକ ଆଗେଇ ନିଆଯାଇଛି । ଆମ୍ଭେ ସଂକଳ୍ପବଦ୍ଧ ସେ ,ଚଳିତ ବର୍ଷରେ ନିମ୍ନଲିଖିତ କାର୍ଯ୍ୟଗୁଡିକ ପୂର୍ଣ୍ଣାଙ୍ଗ୍ ରୁପ ଦେଇ ନଗରବାସୀଙ୍କ ସେବାରେ ଉସ୍ରର୍ଗକୃତ କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ ହୋଇଅଛୁ ।
ଆମର ଲକ୍ଷ୍ୟ ଓ ସଂକଳ୍ପ ପଥେ ପଦକ୍ଷେପ
୧.ବାସହୀନ ମାନଙ୍କ ପାଇଁ ରାତ୍ରି ଆଶ୍ରୟ ସ୍ଥଳ ନିର୍ମାଣ ।
୨. ସହର ମଧ୍ୟରେ ୧୧ ଗୋଟି ଗୋÂି ପାଇଖାନା ନିର୍ମାଣ ।
୩. ହାଟପଦା ଠାରେ ନୂତନ ଦୋକାନ ଗୃହ ଭେଣ୍ଡିଂ ଜୋନ ସମୂହ ନିର୍ମାଣ
୪.ପଟ୍ଟନାୟକ ବନ୍ଧ ଓ ସଙ୍କୁରି ବନ୍ଧର ସୈାନ୍ଦର୍ଯ୍ୟ କରଣ
୫. ମହାରାଜଙ୍କ ସମାଧି ପୀଠରେ ଶିଶୁଉଦ୍ୟାନ ନିର୍ମାଣ ।
୬.ସହର ମଧ୍ୟରେ ସୃଷ୍ଟି ହେଉଥିବା ଅଳିଆ ଆବର୍ଜନା ଗୁଡିକରେ ଉପଯୋଗ ପାଇଁ ୪ ଗୋଟି ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ର ଏବଂ ଦୁଇଟି ମେରିଟିଏଲ ରିକୋଭେରି ଫେସଲିଟି ନିର୍ମାଣ ।
ଆମର ସଫଳତାର କାର୍ଯ୍ୟ
୧.ନୂତନ ବସଷ୍ଟାଣ୍ଡର ଲୋକାର୍ପିତ
୨. ପୈାରପରିଷଦର କାର୍ଯ୍ୟାଳୟ କୋଠାର ଲୋକାର୍ପିତ ।
୩. ଗୋପାଳକୃର୍ଷ୍ଣ ପାଠାଗାରାର ନିର୍ମାଣ କାର୍ଯ୍ୟ ଚାଲୁଅଛି ।
୪.ନଗର ଭବନ (ଟାଉନ ହାଲ )ର ସୈାନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲୁଅଛି ।
୫.ସହରର ପ୍ରମୁଖ ରାସ୍ତା ଯଥା –ପେଲେସ ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲୁଅଛି ।
ସହରବାସୀଙ୍କ ସହଯୋଗ ଓ ଦାଇତ୍ୱ
୧.ଘର ଟିକସ ଠିକ ସମୟରେ ପୈଠ କରନ୍ତୁ ।
୨.ରାସ୍ତା ଓ ନାଳକୁ ବେଆଇନ୍ ଭାବେ ଦଖଲ କରି ଗମନାଗମନରେ ଅବରୋଧ ସୃଷ୍ଟି କରନ୍ତୁ ନାହିଁ ।
୩.ଦୋକାନ ଲାଇସେନ୍ସି ଫି ଠିକ ସମୟରେ ପୈଠ କରନ୍ତୁ ।
୪.ଗୃହରୁ ବାହାରୁଥିବା ଅଳିଆ ଆବର୍ଜନା ନାଳରେ ନପକାଇ ତାହାକୁ ଅଲଗା ଅଲଗା କରି ପୈାର ପରିଷଦର ଅଳିଆ ସଂଗ୍ରହକାରଙ୍କୁ ପ୍ରଦାନ କରନ୍ତୁ ।
୫.ଗୃହ ପାଳିତ ପଶୁ ଯଥା: ଗାଇ ,ଗୋରୁ ,ଘୁଷୁରି,କୁକୁର ,ଗୁଡିକୁ ସହର ମଧ୍ୟରେ ରାସ୍ତାକୁ ଛାଡନ୍ତୁ ନାହିଁ ।
୬.ବାହାର ମଳତ୍ୟାଗ ନକରି ନିଜ ଘରେ ନିର୍ମାଣ କରିଥିବା ପାଇଖାନା କିମ୍ଭା ଗୋÂୀ ଶୈାଚାଳୟ ବ୍ୟବହାର କରନ୍ତୁ ।
୭.ପାରଳା ପୈାର ପରିଷଦ ସବୁଜ ଓ ସୁନ୍ଦର ରଖିବାରେ ସାହାର୍ଯ୍ୟ କରନ୍ତି ।
୮. ୫୦ ମାଇକ୍ରୋନ ମୋଟେଇ ଠାରୁ କମ୍ ପଲିଥିନ ଏବଂ ଥର୍ମକୁଲ ର ମହଜୁତ୍ ବିକ୍ରୟ ଓ ବ୍ୟବହାର ଉପରେ ରାଜ୍ୟ ସରକାର ନିଦେ୍ର୍ଧଶାଦେଶ ଜାରୀ କରିଛନ୍ତି । ଏହାକୁ ଏମାନ୍ୟ କଲେ ଆଇନ ଅନୁଯାୟୀ ପରିଷଦ ତରଫରୁ ଜରିମାନ ଆଦାୟ କରାଯିବ ।
୯.ନିଜ ପାଇଖାନା ଟାଙ୍କିରୁ ନିର୍ଗତ ମଳକୁ ଏଣେ ତେଣେ ନପକାଇ ପରିଷଦ ଦ୍ୱାରା ଯୋଗାଇ ଦିଆ ଯାଉଥିବା ସେ ସପୁଲ ମାଧ୍ୟମରେ ସଫାକରି ନିର୍ଦ୍ଧାରିତ ସ୍ଥାନରେ ପକାନ୍ତୁ ।
ଅଶୋକ କୁମାର ରାଉତ ଶ୍ରୀଯୁକ୍ତ ଅନୁପମ ସାହା (ଭା.ପ୍ର.ସେ)
କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲାପାଳ ଗଜପତି ତଥା
ପାରଳାଖେମୁଣ୍ଡି ପୈାର ପରିଷଦ ପ୍ରଶାସକ ,ପାରଳାଖେମୁଣ୍ଡି ପୈାର ପରିଷଦ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ