ପୈାର ପରିଷଦ ୧୦ନମ୍ବର ୱାର୍ଡରେ ମହିଳା ସମାବେଶ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାର ପରିଷଦର ୧୦ନମ୍ବର ୱାର୍ଡ ଅନ୍ତର୍ଗତ ବାସୁଳେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ମହିଳା ସମାବେଶ କାଉନସିଲର ରଶ୍ମୀତା ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ପୈାରାଧ୍ୟକ୍ଷା ସରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ସ୍ୱୟଂ ସହାୟିକା ଗୋଷ୍ଠି ଓ ମହିଳା ମହାସଙ୍ଘର ସଦସ୍ୟାମାନଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ମିଶନଶକ୍ତି ଗୃହ ନିମନ୍ତେ ମହାସଙ୍ଘର ଦାବିକୁ ଗ୍ରହଣ କରି ଖୁବଶୀଘ୍ର ସେହି ୱାର୍ଡରେ ନୂତନ ମିଶନଶକ୍ତି ଗୃହ ସହିତ ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ଆରମ୍ଭ କରାଯିବ ବୋଲି ପ୍ରତିଶୃତି ଦେବା ସହିତ ତୁରନ୍ତ ପଦକ୍ଷେପ ଗ୍ରହଣ ନିମନ୍ତେ ପୈାରସଂସ୍ଥା ନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଏଥିସହିତ ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣରେ ହୋଇଥିବା ଅନିୟମିତତା ଅଭିଯୋଗ ଉପରେ ତୁରନ୍ତ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ପୂର୍ବତନ କାନସିଲର ତଥା ରାଜ୍ୟ ବିଜେଡି ସମ୍ପାଦକ ରଞ୍ଜିତ କୁମାର ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମହିଳାମାନଙ୍କ ଦାବିକୁ ସମର୍ଥନ କରିବା ସହିତ ମୁକ୍ତା ଯୋଜନାରେ ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ଉନ୍ନୟନ କାର୍ଯ୍ୟ ସମ୍ପାଦନରେ ସଂପୃକ୍ତ କରାଯାଇ ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବି କରାଯିବ ବୋଲି କହିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ପୂର୍ବତନ କାଉନସିଲର ପ୍ରଶାନ୍ତ କୁମାର ସିଂ ଯୋଗଦେଇ ମହିଳାମାନଙ୍କ ସାମୁହିକ ବିକାଶ ନିମନ୍ତେ ଉଦ୍ଦିଷ୍ଟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ସଭାରେ ଭାରତ ମାତା ମହିଳା ମହାସଙ୍ଘର ସଭାପତି ସ୍ୱପ୍ନା ସିଂ, ସମ୍ପାଦିକା ସରୋଜିନୀ ନାୟକଙ୍କ ସମେତ ଶତାଧିକ ସଂଖ୍ୟାରେ ସ୍ୱୟଂ ସହାୟିକା ଓ ମହିଳା ମହାସଙ୍ଘର ସଦସ୍ୟା ମହିଳାମାନେ ଉପସ୍ଥିତ ଥିଲେ । ଶେଷରେ ନଜମା ବେଗମ ଧନ୍ୟବାଦ ଅର୍ପଣ କରିଥିଲେ ।