ପୈାର ପ୍ରଶାସନ ପକ୍ଷରୁ କରୋନା ସଚେତନତା ଓ ମୋ ‌ୱାର୍ଡ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ମାଡ଼ି ଆସୁଛି କରେନା ବିପଦ । ବର୍ତମାନ ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହି କ୍ରମରେ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । କରୋନା ସଂକ୍ରମଣ ଆଶଙ୍କା ଲେଉଟିଲାଣି । ବିଦେଶ ସମେତ ଆମ ଦେଶର ମୁମ୍ବାଇ ଓ ଅନ୍ୟାନ କେତେକ ରାଜ୍ୟରେ କରୋନା ଲେଉଟିବା ପରେ ସେଠାକାର ସରକାର ପୁଣି ଲକ୍‌ଡ଼ାଉନ ଆରମ୍ଭ କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣକୁ ଏଡ଼ାଇବା ପାଇଁ ଓଡ଼ିଶା ସରକାର ମଧ୍ୟ କୋଭିଡ଼ କଟକଣାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନୁଆଁ ଏସଓପି ଜାରି କରାଯାଇଛି । କୋଭିଡ଼ କଟକଣାକୁ କେହି ଗୁରୁତ୍ୱ ଦେଉନାହାନ୍ତି । କୋଭିଡ଼ ଗାଇଡ଼ ଲାଇନକୁ ପାଳନ ନକଲେ ପରିସ୍ଥିତି ବିଗିଡ଼ିବା ଆଶଙ୍କା ସୃଷ୍ଟି ହୋଇଛି । ହେଲେ ହିଞ୍ଜିଳିକାଟୁ ସହରର ଦୃଶ୍ୟ ଦେଖି ସେମିତି କିଛି ମନେ ହେଉନି । ଅଧିକାଂଶ ଏଠି ବେଫିକର । ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରତ୍ୟହ ସକାଳ ଓ ସନ୍ଧ୍ୟାରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯିବା ସହ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଇ ବିନା ମାସ୍କରେ ବାହାରେ ବୁଲୁଥିବା ଜନସାଧାରଣଙ୍କ ସମେତ ପଞ୍ଚସୂତ୍ରୀ ନିୟମ ପାଳନ କରୁନଥିବା ବ୍ୟବସାୟିକ ପ୍ରତିଷ୍ଠାନ ମାଲିକ ମାନଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ପୈାର ପ୍ରଶାସନ ପକ୍ଷରୁ ସୋମବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ପୈାରାଞ୍ଚଳ ଓ୍ବାର୍ଡ ସଂଖ୍ୟା ୧,୨,୩ ଓ ୪ରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ହିଞ୍ଜିଳି ବଡ଼ସାହି ଠାରେ କରୋନା ସଚେତନତା ଓ ମୋ ଓ୍ବାର୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ ଉପସ୍ଥିତ ଜନସାଧାରଣଙ୍କୁ ପ୍ରଶାସନର କୋଭିଡ କଟକଣାକୁ ମାନି ଚଳିବା ପାଇଁ ହାତଯୋଡି ଅନୁରୋଧ କରିଥିଲେ । ବିନା କାରଣରେ ବାହାରେ ନବୁଲିବା, ମାସ୍କ ଓ ସାନିଟାଇଜର ବ୍ୟବହାର କରିବା, ପୋଖରୀ ଭିତରେ ସ୍ନାନ, ଶୈଚ ନକରିବା, ଅଯଥା ଗହଳି ଚହଳି ନକରି ଉଚିତ ବୋଲି ଡଃ ସାହୁ କହିଥିଲେ । ଏଥି ସହିତ ସଂପୃକ୍ତ ଓ୍ବାର୍ଡ ଗୁଡ଼ିକର ପରିମଳ ବ୍ୟବସ୍ଥା, ପାନୀୟ ଜଳ, ବୃକ୍ଷରୋପଣ, ଆଲୋକୀକରଣ, ଆବଶ୍ୟକ ଭିତ୍ତିଭୂମୀ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପୈାର କନିଷ୍ଠ ଯନ୍ତ୍ରୀ ଦିଲ୍ଲିପ କୁମାର ମିଶ୍ର, ମାନସ ରଞ୍ଜନ ଦାଶ ପରିଚାଳନା କରିଥିବା ବେଳେ ପୈାର କର୍ମଚାରୀ ଇ କିଶାନ କୁମାର ପାତ୍ର, ପ୍ରଶାନ୍ତ ମହାଙ୍କୁଡ ପ୍ରମୁଖ ସହଯୋଗ କରିଥିଲେ । ଶରତ ସାବତ, ସରୋଜ କୁମାର ପଣ୍ଡା, କାହ୍ନୁ ଚରଣ ଚୈଧୁରୀ, ରମେଶ ପଣ୍ଡା, ଚନ୍ଦ୍ର ଭାନୁ ସାବତ, ଉମାଶଙ୍କର ପାଢି, ଅଖିଳ ସାବତ, ରଙ୍କ ଗଉଡ, ଶୁସାନ୍ତ ମୁନି, ବିଚିତ୍ରାନନ୍ଦ ମୁନିଙ୍କ ସମେତ ସଂପୃକ୍ତ ଓ୍ବାର୍ଡର ବହୁ ଜନସାଧାରଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ