ପୋଖରିରେ ବୁଡି ମହିଳାଙ୍କ ମୃତ୍ୟୁ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା, ବୁଗୁଡା ଥାନା, କଳମ୍ବ ପଞ୍ଚାୟତ ଅନ୍ତର୍ଗତ ଘୋଡାପଡା ଗ୍ରାମରେ ପୋଖରି ପାଣିରେ ବୁଡି ଜଣେ ୪୨ ବର୍ଷିୟା ମହିଳାଙ୍କ ମୁତ୍ଯୁ ହୋଇଥିବା ଜଣାପଡ଼ିଛି। ମୁତକ ମହିଳା ଜଣକଙ୍କ ନାମ ହେଲା କନକ ସ୍ୱାଇଁ । କନକସ୍ୱାଇଁ ଗ୍ରାମର ପୋଖରିକୁ ଗାଧୋଇବା ପାଇଁ ଯାଇଥିବା ବେଳେ ପୋଖରି ପାଣିରେ ବୁଡି ଯାଇଥିଲେ । ପୋଖରିରେ ଗାଧୋଉଥିବା ଲୋକମାନେ ପାଣିରେ ବୁଡିଯାଇଥିବା ମହିଳାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ପରିବାର ଲୋକେ ପୋଖରୀ ପାଣିରୁ କନକଙ୍କୁ ଗୁରୁତର ଅବସ୍ଥାରେ ଉଧାର କରି ବୁଗୁଡା ମେଡିକାଲକୁ ଚିକିତ୍ସା ନିମନ୍ତେ ଆଣିଥିଲେ। ମେଡିକାଲରେ ଡାକ୍ତର କନକଙ୍କୁ ପରୀକ୍ଷା କରି ମୁତ୍ଯୁ ଘୋଷଣା କରିଥିଲେ। କନକଙ୍କ ମୁତ୍ଯୁ ଖବର ପାଇ ବୁଗୁଡା ପୋଲିସ୍ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ଯବଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଥିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ