ପୋଖରି ନିର୍ମାଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ

କୁଚିଣ୍ଡା ,(ଯୁଗାବ୍ଦ ନ୍ୟୁଜ୍) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ପରୁଆଭାଡି ପଞ୍ଚାୟତ ପତ୍ରାପାଲି ଗ୍ରାମରେ ପୋଖରି ଗାଧୁଆ ତୋଠ କାର୍ଯ୍ୟରେ ନିମ୍ନମାନର କାର୍ଯ୍ୟସହ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହା ବାଟବଣା ହେଉଥିବା କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ପତ୍ରାପାଲି ଗ୍ରାମର କାଲୋ ପୋଖରି ରେ ଆମ ଗାଁ ଆମ ବିକାଶ ଯୋଜନାରେ ୧ ଲକ୍ଷ ୫୦ ହଜାର ଗୋଟିଏ ଗାଧୁଆ ତୋଠ ସହିତ ୧୪ ଅର୍ଥ କମିଶନରରେ ୧ ଲକ୍ଷ ୨୦ ହଜାର ଟଙ୍କା ବ୍ୟୟ ଅଟକଳରେ ପୋଖରି ରେ ଦୁଇଟି ଗାଧୁଆ ତୋଠ ନିର୍ମାଣ କରାଗଲା । କିନ୍ତୁ ନିର୍ମାଣ ହେବାର ୧୦ ଦିନ ବିତି ନାହିଁ ଗାଧୁଆ ତୋଠର ପାହାଚ ଗୁଡିକ ଆଁ କରି ରହିଛି । ଏହାରି ପ୍ରଭାବରେ ଗ୍ରାମବାସୀ ମାନେ ଗାଧୁଆ ତୁଠରେ ଗାଧୋଇ ପାରୁନାହାନ୍ତି କି ଗାଧୋଇବା ପାଇଁ ଡରୁଛନ୍ତି । ଉକ୍ତ ଗ୍ରାମବାସୀ ନିକଟସ୍ଥ ସରପଞ୍ଚଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଜେଇଙ୍କ ତତ୍ୱାବଧାନରେ ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କିପରି ଏଭଳି ନିର୍ମାଣର ୧୦ ଦିନ ଭିତରେ ପାହାଚ ଗୁଡିକ ଆଁ ହେଲା ତାହାର ତଦନ୍ତ କରାଯିବ ବୋଲି ଅଧିକାରୀ କହିଛନ୍ତିି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ